ହାଇଦ୍ରାବାଦ: ଚଳିତ ସୟେଦ ମୁସ୍ତାକ ଅଲୀ ଟ୍ରଫି ଗ୍ରୁପ ସି ମୁକାବିଲାରେ ବରୋଦାର ୱିକେଟକିପର ଅମିତ ପସୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସହ ବିଶ୍ୱରେକର୍ଡ କରିଛନ୍ତି । ସର୍ଭିସେସ ବିପକ୍ଷ ମୁକାବିଲାରେ ସେ ୫୫ ବଲରେ ୧୧୪ ରନର ଇନିଂସ ଖେଳିଥିଲେ । ପଦାର୍ପଣ ଟି୨୦ ମ୍ୟାଚରେ ଏହା ସର୍ବାଧିକ ବ୍ୟକ୍ତିଗତ ରନ ଏବଂ ବିଶ୍ୱରେକର୍ଡ । ସେ ୪୪ ବଲରେ ଶତକ ମାରି ଦେଇଥିଲେ । ତାଙ୍କ ପୂର୍ବରୁ ପାକିସ୍ତାନର ବିଲାଲ ଅସିଫ ପଦାର୍ପଣ ମ୍ୟାଚରେ ୧୧୪ ରନ କରିଥିଲେ ।
ଅମିତଙ୍କ ଶତକ ବଲରେ ବରୋଦା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୨୦ ରନ କରିଥିଲା । ସେ ତାଙ୍କ ବିସ୍ଫୋରକ ଇନିଂସରେ ୯ ଛକା ଓ ୧୦ ଚୌକା ମାରିଥିଲେ । ଜବାବରେ ସର୍ଭିସେସ ୧୩ ରନରେ ଏହି ମ୍ୟାଚ ହାରି ଯାଇଥିଲା । ଅମିତ ଜଣେ ଭଲ ଖେଳାଳି ହୋଇଥିଲେ ମଧ୍ୟ ଜୀତେଶ ଶର୍ମାଙ୍କ ଯୋଗୁ ବରୋଦା ଟିମରେ ସ୍ଥାନ ପାଇପାରୁ ନ ଥିଲେ । ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଜୀତେଶ ଟିମ ଇଣ୍ଡିଆରେ ସାମିଲ ହେବା ପରେ ଅମିତଙ୍କୁ ଏବେ ସୁଯୋଗ ମିଳିଛି । ସେ ଏହାର ଭରପୂର ଫାଇଦା ମଧ୍ୟ ଉଠାଇଛନ୍ତି ।