ଲକ୍ଷ୍ନୌ: ଉତରପ୍ରଦେଶର ବଦାୟୁଁର ଏକ ଆଶ୍ଚଯ୍ୟଜନକ ଖବର ସମ୍ମୁଖକୁ ଆସିଛି । ଏଠାରେ କୃଷ୍ଣ ପ୍ରେମରେ ଜଣେ ଯୁବତୀ ଏତେ ମଜିଗଲେ ଯେ, ଶେଷରେ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଲେ । ସୁରେଶ ଚନ୍ଦ୍ର ଶର୍ମା ଝିଅ ପିଙ୍କିଙ୍କ ଜିଦ ଆଗରେ ହାର ମାନିଥିଲେ । ଶେଷରେ କାହ୍ନାଙ୍କ ସହ ବିବାହ କରାଇଥିଲେ । ୨୮ ବର୍ଷୀୟା ପିଙ୍କି ପିଲାବେଳେ କାହ୍ନାଙ୍କ ପ୍ରେମରେ ପଡିଥିଲେ । ସବୁବେଳେ ବୃନ୍ଦାବନ ଯିବା ପାଇଁ ଜିଦ କରିଥାନ୍ତି । ସୁରେଶ ତାଙ୍କ ଝିଅକୁ ଚଳିବା ପାଇଁ ଆବଶ୍ୟକ ସମ୍ପତି ମଧ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ମୋର ଆଶା ବୃନ୍ଦାବନରେ ପିଙ୍କିଙ୍କୁ ବାସସ୍ଥାନ ମିଳିବ ।
ପିଙ୍କି ମଧ୍ୟ କହିଛନ୍ତି ମୋର ଜୀବନ ଭଗବାନଙ୍କୁ ସମର୍ପିତ । ଏବେ ସେ ଯେଉଁ ରାସ୍ତା ଦେଖାଇବେ ସେଥିରେ ଯିବି ବୋଲି କହିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ପିଙ୍କିଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ସୁରେଶଙ୍କ କହିବା ଅନୁସାରେ ଥରେ ବୃନ୍ଦାବନରେ ପିଙ୍କି କାହ୍ନାଙ୍କୁ ଧରି ପରିକ୍ରମା କରୁଥିବା ବେଳେ ପୂଜାରୀ ତାଙ୍କୁ ପ୍ରସାଦ ଦେଇଥିଲେ । ଏଥିରେ ଏକ ସୁନା ମୁଦି ଆସିଥିଲା । ସେ ସମୟରେ ତାଙ୍କ ବିବାହ ନେଇ ପୁଅ ଖୋଜା ଚାଲିଥିଲା । ମୁଦି ପାଇବା ପରେ ପିଙ୍କି ଭାବିନେଲେ କାହ୍ନା ମୋତେ ସୂଚନା ଦେଇ ଦେଇଛନ୍ତି ଯେ, ସେବେଠାରୁ ଆଉ ମନ ପରିବର୍ତନ କରି ନାହାନ୍ତି ।