Latest Odisha News

BREAKING NEWS

TI Annual Report: ଆସିଲା ରିପୋର୍ଟ, ଦୁର୍ନୀତିରେ ବୁଡ଼ି ରହିଛି ପାକିସ୍ତାନ…

ନୂଆଦିଲ୍ଲୀ: ଦୁର୍ନୀତିରେ ବୁଡ଼ି ରହିଛି ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନ । ଯେଉଁଠି ହାତ ମାରିଲେ, ସେଇଠି କରପ୍‌ସନ୍‌ । ସେଠାକାର ଲୋକଙ୍କ ନଜରରେ ପାକିସ୍ତାନର ସବୁଠୁ ଅଧିକ ଦୁର୍ନୀତିଖୋର୍‌ ହେଉଛି ପୋଲିସ । ଭ୍ରଷ୍ଟାଚାର ମାମଲାରେ ଦ୍ବିତୀୟ ନମ୍ବରରେ ଅଛି ଟେଣ୍ଡର ପ୍ରକ୍ରିୟା ଏବଂ ତୃତୀୟରେ ରହିଛି ପଣ୍ୟ କାରବାର । ନ୍ୟାୟପାଳିକା ଦୁର୍ନୀତିରେ ଚତୁର୍ଥ ସ୍ଥାନରେ ରହିଛି…ଅର୍ଥାତ୍‌ ଶାହବାଜ ସରକାରଙ୍କ ପ୍ରାୟ ସବୁ ମନ୍ତ୍ରାଳୟରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି । ଲୋକଙ୍କର ବିଶେଷ କରି ଯେଉଁ ସେକ୍ଟରରେ ଅଧିକ କାମ, ସେହି ସେକ୍ଟର ତାଳୁରୁ ତଳିପା, ଦୁର୍ନୀତିରେ ବୁଡ଼ି ରହିଛି ।

ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ବା ଟିଆଇର ବାର୍ଷିକ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେ ରିପୋର୍ଟ ଅନୁସାରେ, ୪ ହଜାର ଲୋକଙ୍କ ମଧ୍ୟରୁ ୨୪ ପ୍ରତିଶତ ଲୋକ ପୋଲିସକୁ ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ କହିଛନ୍ତି ।ଏଥିରେ ପଞ୍ଜାବ ପ୍ରାନ୍ତ ସବୁଠୁ ଆଗରେ ରହିଛି । ସେଠାରେ ୩୪ ପ୍ରତିଶତ ଲୋକ ପୋଲିସକୁ ଦୁର୍ନୀତି ଖୋର୍‌ କହିଛନ୍ତି ।ତା’ପଛକୁ ରହିଛି ବଲୁଚିସ୍ତାନ । ସେଠାରେ ୨୨ ପ୍ରତିଶତ ଲୋକ ପୋଲିସକୁ ଦୁର୍ନୀତିଖୋର୍‌ କହିଛନ୍ତି ।

ଅନ୍ୟପଟେ ଅସୀମ ମୁନିର ଚିଫ୍‌ ଅଫ୍‌ ଡିଫେନ୍ସ ଫୋର୍ସେସ୍‌ ବା ସିଡିଏଫ୍‌ ହେବା ପରେ ପାକିସ୍ତାନରେ ଏକ ପ୍ରକାର ବିଦ୍ରୋହ ଭଳି ସ୍ଥିତି ଉପୁଜିଛି ।ଲୋକମାନେ ଶାହବାଜ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ କହିଥିବାବେଳେ ଅସୀମ ମୁନିରଙ୍କୁ ମଧ୍ୟ ଜଣେ ଦୁର୍ନୀତିଗ୍ରସ୍ତ ନେତା କହିଛନ୍ତି ।ଏହାରି ଭିତରେ ଦାୟିତ୍ବ ନେବା ପରେ ପରେ ମୁନିର ଭାରତ ବିରୋଧୀ ମନ୍ତବ୍ୟ ଦେଇଛନ୍ତି ।ଏହାସହ ତାଙ୍କରି ଦେଶକୁ ଶାନ୍ତିପ୍ରିୟ ବୋଲି କହିଛନ୍ତି । କିନ୍ତୁ ସାରା ଦୁନିଆ ଜାଣିଛି ଯେ, ପାକିସ୍ତାନ ହିଁ ଆତଙ୍କବାଦୀଙ୍କୁ ପାଳି ପୋଷି ବଡ଼ କରିଛି । ଆଉ ସେମାନଙ୍କୁ ପ୍ରଶ୍ରୟ ଦେଉଛି । ସେହିପରି ତାଲିବାନକୁ ମଧ୍ୟ ଚେତାବନୀ ଦେଇଛନ୍ତି ଅସୀମ ମୁନିର ।  ଇମ୍ରାନ ଖାନଙ୍କୁ ଦୁର୍ନୀତି ଅଭିଯୋଗରେ ଜେଲ୍‌ରେ ବନ୍ଦ ରଖିଥିବା ଶାହବାଜ ସରକାର ଏବେ ନିଜେ ଦୁର୍ନୀତିର ଚକ୍ରବ୍ୟୂହରେ ଫସି ସାରିଛନ୍ତି । ଆଗକୁ ପାକିସ୍ତାନରେ ପୁଣି ଏକ ବିଦ୍ରୋହ ମୁଣ୍ଡ ଟେକିପାରେ, ଏଥିରେ ଆଦୌ ସନ୍ଦେହ ନାହିଁ ।

Leave A Reply

Your email address will not be published.