ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ବନାଞ୍ଚଳ ମହଗାଁ ସିଲଣ୍ଡା ନିକଟ ଜଣଙ୍କ ବଗିଚାରେ ଚଢାଉ ହୋଇଛି । ଚଢାଉ ବେଳେ ୧୦ ଲକ୍ଷ ଟଙ୍କାର ଖଇର ଓ କେନ୍ଦୁ କାଠ ଜବତ ହୋଇଛି । ଜବତ ହୋଇଥିବା କାଠ ଗଣ୍ଡିକୁ ଟ୍ରାକ୍ଟର ଯୋଗେ ବଙ୍ଗୋମୁଣ୍ଡା ରେଞ୍ଜେର କାର୍ଯ୍ୟାଳୟକୁ ନିଆଯାଇଛି । ତେବେ ଏହି ବଗିଚା କାହାର ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ମହଗାଁ ସିଲଣ୍ଡା କେନାଲ ନିକଟରେ ଥିବା ଦେବଦାରୁ ବଗିଚା ନିକଟରେ କାଠ ମାଫିଆମାନେ କେନ୍ଦୁ ଓ ଖଇର ଗଛ ଗଣ୍ଡି ଗଚ୍ଛିତ ରଖିଥିବା ନେଇ ବନ ବିଭାଗ ଖବର ପାଇଥିଲା । ବଙ୍ଗୋମୁଣ୍ଡା ରେଞ୍ଜେର ପଦ୍ମନାଭ କୁମ୍ଭାର, ସିନ୍ଧେକେଲା ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର ମହାରଣାଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରା ଯାଇଥିଲା ।
ଏହା ବାଦ୍ ଚଢ଼ାଉ ସମୟରେ ଉକ୍ତ ବଗିଚାରେ ଏକ ବେଆଇନ୍ ଇଟା ଭାଟି ଥିବା ଦେଖିବାକୁ ପାଇଥିଲା ବନବିଭାଗ । ଇଟା ଭାଟି ମାଲିକ ସନ୍ଦେହ ଘେରରେ ରହିଛି । ଏହି କାଠ ଇଠା ଭାଟି ମାଲିକର ବୋଲି ସନ୍ଦେହ କରୁଛି ବନ ବିଭାଗ ।