Latest Odisha News

Dhaulli Case: ଧଉଳି ଗଣଦୁଷ୍କର୍ମ ମାମଲା: ପୁରୁଷ ବନ୍ଧୁ କଲେ ସାଙ୍ଘାତିକ ଖୁଲାସା

ଭୁବନେଶ୍ୱର: ସାରା ରାଜ୍ୟରେ ହଇଚଇ ଖେଳାଇଛି ଭୁବନେଶ୍ୱର ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ବି, ଅନ୍ୟ ୩ ଜଣ ଫେରାର୍ ଅଛନ୍ତି। ରେଡ୍‌ଫ୍ଲାଗ ଅର୍ନ୍ତଭୁକ୍ତ ହୋଇଛି ଧଉଳି ଗଣଦୁଷ୍କର୍ମ। ମାମଲାର ଷ୍ଟାଟସ ରିପୋର୍ଟ ଡିଜିପିଙ୍କୁ ଜଣାଇବେ କ୍ରାଇମବ୍ରାଞ୍ଚ ଏଡିଜି ଓ ମାମଲାକୁ ରେଡ୍‌ ଫ୍ଲାଗ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ। ଅନ୍ୟପଟେ ପୀଡିତାଙ୍କ ପୁରୁଷ ବନ୍ଧୁ ସାଙ୍ଘାତିକ ଖୁଲାସା କରିଛନ୍ତି।

ପୁରୁଷ ବନ୍ଧୁଙ୍କ କହିବା ଅନୁସାରେ ସେମାନେ ଧଉଳି ବୁଲାବୁଲି କରି ଫେରିବା ସମୟରେ ବାଙ୍କୁଆଳ ନଦୀବନ୍ଧରେ ଦୁର୍ବୃତ୍ତମାନେ ଅଟକାଇଥିଲେ ସେମାନଙ୍କୁ ଅଟକାଇଥିଲେ। ଏହାପରେ ପୁରୁଷ ବନ୍ଧୁଙ୍କୁ କିଛି ଦୁର୍ବୃତ୍ତ ଟଙ୍କା ମାଗିଥିଲେ। ସେ ଟଙ୍କା ନଦେବାରୁ ତାଙ୍କୁ ମାରପିଟ କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ପୀଡିତାଙ୍କ ସହ ଦୁର୍ବ୍ୟବାହର କରି ନଈପଠା ଭିତରକୁ ଟାଣି ଅମାନବୀୟ କାଣ୍ଡ ଭିଆଇଲେ ଅପରୀଧି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅତ୍ୟନ୍ତ ସ୍ପର୍ଶକାତର ଓ ବିଚଳିତ କରିବା ପରି ବିଷୟ । ରାଜ୍ୟ ରାଜଧାନୀ ଅସୁରକ୍ଷିତ ହୋଇ ପଡ଼ିବା ସହ ବର୍ବରତା ଓ ଅରାଜକତା ସୀମା ଟପୁଛି । ଅପରାଧୀ ଭୟଶୂନ୍ୟ ହେଉଛନ୍ତି। ଯାହାଦ୍ବାରା ସରକାର ବିଶ୍ୱସନୀୟତା ହରାଉଛନ୍ତି। ଆଇନ ଶୃଙ୍ଖଳା ଆଉ କେତେ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ ବୋଲି ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି?

ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି। ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ। ଘଟଣା ଘଟିବା ପରେ ନୁହେଁ ବରଂ ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ ବୋଲି ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି।

ଗତ ୧୦ ତାରିଖରେ ବାଙ୍କୁଆଳ ନଦୀପଠାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା । ସେହିପରି ଏହି ସମ୍ବେଦନଶୀଳ ମାମଲାରେ ମହିଳା କମିଶନ ଏବଂ ଶିଶୁ ସୁରକ୍ଷା ଆୟୋଗ ମଙ୍ଗଳବାର ଉଦ୍ବେଗ ପ୍ରକାଶ କରିଛନ୍ତି । ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ନଦୀ ପଠାକୁ ଯାଇ ଅନୁଧ୍ୟାନ କରିଛନ୍ତି ।

ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ ପକ୍ଷରୁ ନିଜ ଆଡୁ ମାମଲା ରୁଜୁ କରାଯାଇଛି । ଆୟୋଗଙ୍କ ୨ଜଣ ସଦସ୍ୟ ଧଉଳି ଥାନାକୁ ଯାଇ ତନାଘନା କରିଛନ୍ତି । ଭୁବନେଶ୍ୱର ଡିସିପି ଓ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କୁ ଗଣବଳାତ୍କାର ଘଟଣାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି ଅଧ୍ୟକ୍ଷା ବବିତା ପାତ୍ର ।

ଧଉଳି ଥାନା ପୁଲିସ ଅଟକ ରଖିଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ କଟକ ବାଙ୍କୀ ଅଞ୍ଚଳର ବିଭୁପ୍ରସାଦ ମିଶ୍ର ଓ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର । ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି । କାଳନ୍ଦୀ ଜଣେ ପେସାଦାର ଅପରାଧୀ । ତା’ ନାଁରେ ପୂର୍ବରୁ ଧଉଳି, ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଥାନାରେ ଏକାଧିକ ଫୌଜଦାରୀ ମାମଲା ରହିଛି ବୋଲି ପୋଲିସ କହିଛି ।

Leave A Reply

Your email address will not be published.