ନୂଆଦିଲ୍ଲୀ: ବୁଧବାର ଦିନ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୨୦୨୬ ଶେଷ ସୁଦ୍ଧା ସାରା ଦେଶରେ ଏକ ସାଟେଲାଇଟ୍-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ, ଯାହା ଦ୍ୱାରା ଯାତ୍ରୀମାନଙ୍କୁ ଟୋଲ୍ ପ୍ଲାଜାରେ ଅପେକ୍ଷା କରିବାରୁ ରକ୍ଷା ମିଳିବ ଏବଂ ସରକାରଙ୍କ ପାଇଁ ଅଧିକ ରାଜସ୍ୱ ସୃଷ୍ଟି ହେବ। ପ୍ରଶ୍ନକାଳରେ ଉତ୍ତର ଦେଇ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ କହିଛନ୍ତି ଯେ ନୂତନ ପ୍ରଯୁକ୍ତିବିଦ୍ୟା ସାଟେଲାଇଟ୍ ଏବଂ ଏଟିଆଇ-ଆଧାରିତ ହେବ। ଟୋଲ୍ ପ୍ଲାଜାରେ ଏହି ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ ହେବା ପରେ, ଟୋଲ୍ ପ୍ଲାଜାରେ ଯାତ୍ରୀମାନଙ୍କ ଅପେକ୍ଷା ସମୟ ହ୍ରାସ ହେବ।
ନୀତିନ ଗଡ଼କରୀଙ୍କ କହିବାନୁସାରେ, ନୂତନ ପ୍ରଯୁକ୍ତିବିଦ୍ୟା ଏଆଇ ଆଧାରିତ ହେବ । ଯାତ୍ରୀମାନଙ୍କୁ ଟୋଲ୍ ପ୍ଲାଜାରେ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହି ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ ହେବା ପରେ ଏହା ୧୫୦୦ କୋଟି ଇନ୍ଧନ ସଞ୍ଚୟ କରିବ ଏବଂ କେନ୍ଦ୍ର ସରକାରଙ୍କ ରାଜସ୍ୱରେ ୬ ହଜାର କୋଟି ଯୋଡ଼ିହେବ ।
କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, “ମଲ୍ଟି-ଲେନ୍ ଫ୍ରି ଫ୍ଲୋ ଟୋଲ୍ (MLFF) ଏକ ଭଲ ସୁବିଧା । ପୂର୍ବରୁ ଟୋଲ୍ରେ ଦେୟ ଦେବାକୁ ପଡ଼ୁଥିଲା ଯେଉଁଥିରେ ୩ ରୁ ୧୦ ମିନିଟ୍ ସମୟ ଲାଗୁଥିଲା । ଫାଷ୍ଟଟ୍ୟାଗ୍ ଯୋଗୁଁ ବର୍ତ୍ତମାନ ଏହି ସମୟ ୬୦ ସେକେଣ୍ଡ କିମ୍ବା ତା’ଠାରୁ କମ୍ ହୋଇଛି । ଫଳରେ ୟ ଅତି କମ୍ରେ ୫ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି । ଏମଏଲଏଫଏଫ ଫାଷ୍ଟଟ୍ୟାଗ୍ ବଦଳାଇବା ପରେ, ଯାନବାହାନଗୁଡ଼ିକ ଏବେ ସର୍ବାଧିକ ୮୦ କିମି ଘଣ୍ଟା ବେଗରେ ଟୋଲ୍ ପାର୍ କରିପାରିବେ ।” ଗଡ଼କରୀ ଆହୁରି କହିଛନ୍ତି, “୨୦୨୬ ସୁଦ୍ଧା, ଆମେ ଏହି କାମକୁ ୧୦୦ ପ୍ରତିଶତ ଶେଷ କରିବୁ ଏବଂ ଏହି କାମ ଶେଷ ହେବା ପରେ, ଏହା ଆମ ଆୟରୁ ୧୫୦୦ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିବ ଏଥିସହ ଆୟ ୬ ହଜାର କୋଟି ଟଙ୍କା ବୃଦ୍ଧି ପାଇବ । ଏହା କାର୍ଯ୍ୟକାରୀ ହେବା ପରେ ଲୋକଙ୍କୁ ଟୋଲ୍ ପ୍ଲାଜାରେ କୌଣସି ସମସ୍ୟା ହେବ ନାହିଁ ଏବଂ ଲୋକଙ୍କୁ ଟୋଲ୍ ପ୍ଲାଜାରେ ଅଟକିବାକୁ ପଡ଼ିବ ନାହିଁ।”