Latest Odisha News

BREAKING NEWS

ପାରିବାରିକ କଳହର କରୁଣ ପରିଣତି…ଶାଶୁକୁ ହତ୍ୟା କଲା ବୋହୂ

ଅନୁଗୁଳ:ଅନୁଗୁଳ ସଦର ଥାନା ଖଲାରୀରେ ଗଡପଦା ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ବୋହୂ ସରିତା ସାହୁ ଶାଶୁ କୁନି ନାୟକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କୁନି ନାୟକଙ୍କ ପୁଅ କାହ୍ନୁ ନାୟକ ଥାନାରେ ଏତଲା ଦେଇଥିଲେ । ବୋହୂ ସରିତା ସାହୁ ଓ ତାଙ୍କ ମାଆଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ସଦର ଥାନା ପୋଲିସ ।

ଖଲାରୀ ଗଡ଼ପଦା ସାହିର କୁନି ନାୟକ (୪୭)ଙ୍କ ସହିତ ଗତକାଲି ରାତିରେ ବୋହୂ ସରିତା ସାହୁଙ୍କର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବୋହୂ ସରିତା ଏକ ହାତୁଡ଼ିରେ ଶାଶୂଙ୍କୁ ପିଟିଥିବା କୁହାଯାଉଛି। ଫଳରେ ଶାଶୂଙ୍କ ପ୍ରାଣ ଚାଲିଯାଇଛି ।

ଅଭିଯୋଗ ଅନୁସାରେ, ବୁଧବାର ରାତି ୧୦ଟାରେ ଖଲାରୀ ଜାମୁବନ୍ଧ ଛକ ନିକଟରେ ଭଡ଼ା ଘରେ ରହୁଥିବା କୁନି ନାୟକଙ୍କୁ ତାଙ୍କ ପୁଅ ଖାଇବାକୁ ଡାକିବା ପାଇଁ ଯାଇଥିଲେ। କବାଟ ଖୋଲି ଦେଖିଲା ବେଳକୁ କୁନି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ସଙ୍ଗେ ସଙ୍ଗେ ପୁଅ କାହ୍ନୁ ସଦର ପୁଲିସକୁ ଖବର ଦେଇଥିଲେ। ଆଜି ସକାଳେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ଅଧିକ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କୁନିଙ୍କ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏହି ଘଟଣାରେ ପୁଲିସ ବୋହୂ ଏବଂ ସମୁଦୁଣୀଙ୍କୁ ଅଟକ ରଖିଛି।

Leave A Reply

Your email address will not be published.