Latest Odisha News

SI ପରୀକ୍ଷା ସ୍କାମ୍: ଆଜିଠୁ ୪ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଭୁବନେଶ୍ୱର: ଏସଆଇ ପରୀକ୍ଷା ସ୍କାମ୍ ମାମଲା। ଆଜିଠୁ ୪ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ। ଶଙ୍କର, ସୁରେଶ ଓ ସାଗରକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ସିବିଆଇ। ଏନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ଝାରପଡ଼ା କାରାଗାରରୁ ୩ଜଣଙ୍କୁ ନେଇ ପଚରାଉଚରା କରିବ ସିବିଆଇ।

ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେମାନେ କେହି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି। ଏହି କେଳେଙ୍କାରୀରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଟଙ୍କା କାରବାର କିପରି ହୋଇଛି ଏବଂ ଏହାର ଚେର କେତେଦୂର ଲମ୍ବିଛି, ସେନେଇ ଝାରପଡ଼ା କାରାଗାରରୁ ୩ଜଣଙ୍କୁ ନେଇ ପଚରାଉଚରା କରିବ ସିବିଆଇ।

ବର୍ତ୍ତମାନ ଅଧିକ ତଥ୍ୟ ହାସଲ କରିବାକୁ ସିବିଆଇ ଲକ୍ଷ୍ୟ ରଖିଛି। କାରଣ ପୂର୍ବରୁ ୨ ଯବାନ ମଧ୍ୟ ଏହି ମାମଲାରେ ଗିରଫ ହୋଇସାରିଛନ୍ତି। ଏଥିପୂର୍ବରୁ ଗୁଜୁରାଟ ବଡୋଦ୍ରାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ପରିଚୟ ହେଉଛି ନିତୁ ଆରୋରା । ଗୁଜୁରାଟରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣିଛି ସିବିଆଇ‌ । ନିତୁ ଆରୋରା ପୋଲିସ ଏସ ଆଇ ନିଯୁ୍କ୍ତି ପାଇଁ ନେଇଥିଲା ଦାୟିତ୍ବ । ଏସ ଆଇ ସହିତ ଆଉ ଦୁଇଟି ନିଯୁକ୍ତିର ଦାୟିତ୍ବ ନେଇଥିବା ମଧ୍ୟ ସିବିଆଇ ହାତରେ ଲାଗିଛି ତଥ୍ୟ। ସୂଚନା ଅନୁଯାୟୀ, ପୂର୍ବରୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଏହି ଦୁର୍ନୀତି ସହିତ ଜଡିତ ୧୨ ଜଣଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.