ନୂଆଦିଲ୍ଲୀ: ଭାରତର ମହାନ କ୍ରିକେଟ ଖେଳାଳି କପିଳ ଦେବ କୋଚ ଗୌତମ ଗମ୍ଭୀରଙ୍କ କାର୍ଯ୍ୟଶୈଳୀକୁ କଡା ସମାଲୋଚନା କରିଛନ୍ତି । ଏବେ ମ୍ୟାନେଜର କୋଚ ଦାୟିତ୍ୱ ତୁଲାଉଛନ୍ତି । ଗମ୍ଭୀରଙ୍କୁ ଟାର୍ଗେଟ କରି ସେ ଏହା କହିଛନ୍ତି । ଟିମ ଇଣ୍ଡିଆ ପକ୍ଷରୁ ଖେଳୁଥିବା ଖେଳାଳିଙ୍କୁ ତୁମେ ପ୍ରଶିକ୍ଷଣ ଦିଅନି । ସେମାନଙ୍କୁ କିପରି ଭଲ ଭାବେ ପ୍ରବନ୍ଧନ କରିବ ତାହା ତୁମ କାର୍ଯ୍ୟ ହେବା ଉଚିତ । କୋଚ ଏବଂ ମ୍ୟାନେଜର ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ଯାହାଠାରୁ ତୁମେ ଖେଳ ଶିଖିକରି ଆସିଛି ସେ ତୁମ କୋଚ ।
ଏବେ କିନ୍ତୁ ସବୁ କିଛି ବଦଳିଯାଇଛି । ମ୍ୟାନେଜର ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ ସବୁ କିଛି ବିଗିଡି ଯିବ । ସମସ୍ତଙ୍କ ଖେଳିବା ଶୈଳୀ ଅଲଗା । ତୁମେ ସେମାନଙ୍କୁ ପରିଚାଳନା କର । ଗମ୍ଭୀରଙ୍କ ଅତ୍ୟଧିକ ହସ୍ତକ୍ଷେପ ନେଇ ସେ ଏହା କହିଥିବା ଅନୁମାନ କରାଯାଉଛି । ଏହା ମଧ୍ୟରେ ସେ କହିଥିଲେ ଏବେ ଯଦି ସୁନୀଲ ଗାଭାସ୍କର ଖେଳିଥାନ୍ତେ ତେବେ ସେ ମଧ୍ୟ ଟି୨୦ର ବଡ ଖେଳାଳି ହୋଇପାରିଥାନ୍ତେ । ଯିଏ ଡିଫେନ୍ସ ଶିଖିଥାଏ ସେ ଭଲ ଶଟ ଖେଳିପାରେ ।