Latest Odisha News

BREAKING NEWS

୬ ଦାଦନ ଶ୍ରମିକ ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବସଷ୍ଟାଣ୍ଡଠାରୁ ୬ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କଲା ପାଟଣାଗଡ଼ ପୋଲିସ । ଏମାନଙ୍କୁ ଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତ ଦାଦନ ସର୍ଦ୍ଦାର ମାଧବ ବଛା (୩୧)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଦାଦନ ସର୍ଦ୍ଦାର ମାଧବ ବଛାର ଘର ବେଲପଡ଼ା ଥାନା ତେନ୍ତୁଳିମୁଣ୍ଡା ଗାଁରେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ପଦ୍ମପୁରଠାରୁ ପାଟଣାଗଡ଼ ଦେଇ ବ୍ରହ୍ମପୁରକୁ ଯାଉଥିବା ଏକ ଘରୋଇ ବସ ରେ ଦୈନିକ ବେଆଇନ ଭାବେ ବ୍ରହ୍ମପୁର ଓ ଆସ୍କା ଅଞ୍ଚଳକୁ ଦାଦନ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗୁରୁବାର ପାଢେଲ ବସଷ୍ଟାଣ୍ଡ ଠାରୁ ୬ ଦାଦନ ଶ୍ରମିକ ବ୍ରହ୍ମପୁରକୁ ଚାଲାଣ ହେଉଥିବା ଖବରପାଇ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ପୋଲିସ ପାଟଣାଗଡ଼ ବସଷ୍ଟାଣ୍ଡରୁ ଉକ୍ତ ବସରୁ ୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ।

ଥାନାରେ ଏକ ମାମଲା ରୁଜୁ କରି ଉଦ୍ଧାର ଦାଦନ ଶ୍ରମିକଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିବାବେଳେ ଦାଦନ ସର୍ଦ୍ଦାରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.