Latest Odisha News

BREAKING NEWS

ଆଗକୁ ୨ଟା ବିଶ୍ୱକପ, ଅଧିନାୟକଙ୍କ ଫର୍ମ ଟିମ ଇଣ୍ଡିଆ ପାଇଁ ସାଜିଛି ଚିନ୍ତାର କାରଣ

ନୂଆଦିଲ୍ଲୀ: ଆଉ ହାତଗଣତି ଦିନ ପରେ ୨୦୨୫ ଆମଠାରୁ ବିଦା ନେଇଯିବ । ୨୦୨୬ ଆରମ୍ଭରେ ଭାରତୀୟ କ୍ରିକେଟ ଟିମ ୨ଟା ବିଶ୍ୱକପ ଖେଳିବ । ତେବେ ଏହି ୨ଟା ବିଶ୍ୱକପ ପୂର୍ବରୁ ଅଧିନାୟକଙ୍କ ଫର୍ମ ଚିନ୍ତାର କାରଣ ସାଜିଛି । ୨୦୨୬ ଆରମ୍ଭରେ ପ୍ରଥମେ ୧୯ ବର୍ଷରୁ କମ ବିଶ୍ୱକପ ଖେଳାଯିବ । ଭାରତୀୟ ଟିମ ଭଲ ପ୍ରଦର୍ଶନ ଜାରୀ ରଖିଛି । ଏପରିକି ଟିମ ଇଣ୍ଡିଆକୁ ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଛି । ଅଧିନାୟକ ଆୟୂଷ ମାହାତ୍ରେଙ୍କ ଫର୍ମ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ଏସିଆ କପ ଫାଇନାଲରେ ଭାରତ ଶୋଚନୀୟ ଭାବେ ପାକିସ୍ତାନ ନିକଟରୁ ପରାଜିତ ହୋଇଛି । ଫାଇନାଲ ବ୍ୟତୀତ ଭାରତ ଅନ୍ୟ ସମସ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା । ଆୟୂଷ ଫାଇନାଲରେ ୨ ରନ କରିଥିବା ବେଳେ ଏସିଆ କପ ୨୦୨୫ରେ ଓଭରାଲ ୫ଟି ଇନିଂସରେ ୬୫ ରନ କରିବାକୁ ସକ୍ଷମ ହୋଇଥିଲେ । ସେ ନିକଟ ଭବିଷ୍ୟତରେ ୧୪ଟି ଦିନିକିଆ ମ୍ୟାଚ ଖେଳିଥିଲେ ମଧ୍ୟ ସେଭଳି ଭଲ ପ୍ରଦର୍ଶନ କରିପାରି ନାହାନ୍ତି ।

୧୯ ବର୍ଷରୁ କମ ବିଶ୍ୱକପ ପରେ ଭାରତର ସିନିୟର ଟିମ ଟି୨୦ ବିଶ୍ୱକପରେ ଅଂଶଗ୍ରହଣ କରିବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇ ସାରିଛି । ତେବେ ସୂର୍ଯ୍ୟକୁମାର ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୪ଟି ଇନିଂସରେ ୩୪ ରନ କରିଥିଲେ । ଅଷ୍ଟ୍ରେଲିଆ ଏବଂ ଏସିଆ କପରେ ମଧ୍ୟ ତାଙ୍କ ବ୍ୟାଟ ନୀରବ ରହିଥିଲା । ୨୦୨୪ ବିଶ୍ୱକପ ପରେ ସୂର୍ଯ୍ୟକୁମାରଙ୍କୁ ଦଳର ଅଧିନାୟକ କରାଯାଇଥିଲା । ସେବେଠାରୁ ସେ ୨୧ଟି ଟି୨୦ ମ୍ୟାଚରେ ମାତ୍ର ୨୧୮ ରନ କରିଛନ୍ତି । ଏଥିରେ ଗୋଟିଏ ବି ଅର୍ଦ୍ଧଶତକ ମଧ୍ୟ ନାହିଁ । ତେବେ କ୍ରିକେଟ ବିଶେଷଜ୍ଞଙ୍କ ଅନୁସାରେ ଉଭୟ ଆୟୂଷ ଓ ସୂର୍ଯ୍ୟକୁମାର ବିଶ୍ୱକପରେ ନିଶ୍ଚିିତ ଭାବେ ଭଲ ପ୍ରଦର୍ଶନ କରିବେ ।

Leave A Reply

Your email address will not be published.