Latest Odisha News

BREAKING NEWS

ଏକତ୍ର ବଂଚିଲେ, ଆରପାରିକୁ ଗଲେ ବି ହାତ ଧରି

ପାଟନା: ବିହାରର ସମସ୍ତିପୁରରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ଅନେକଙ୍କ ଆଖି ଓଦା କରିଦେଇଛି । ପ୍ରେମ, ବିବାହ, ବିଶ୍ୱାସ ଏକତ୍ର ବଂଚିବା ଓ ମରିବା କଣ ତାହା ଏକ ଦମ୍ପତି ପ୍ରମାଣ କରିଛନ୍ତି । ୮୫ ବର୍ଷୀୟ ବିଷ୍ଣୁଦେବ ସାହାଣୀଙ୍କ ଦେହ ହଠାତ ଖରାପ ହେଲା । ତାଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାରେ ଭର୍ତି କରାଗଲା । ସେଠାରେ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ପରିବାର ଲୋକ ଗଣ୍ଡକ ନଦୀ କୂଳରେ ତାଙ୍କର ଅନ୍ତିମ ସଂସ୍କାର କଲେ ।

ପତିଙ୍କ ଶବ ଯେତେବେଳେ ଅନ୍ତିମ ସଂସ୍କାର ପାଇଁ ନିଆ ଯାଉଥିଲା, ସେତେବେଳେ ୮୦ ବର୍ଷୀୟା ଲାଲପରୀ ଦେବୀ ଏହାକୁ ସହ୍ୟ କରିପାରି ନ ଥିଲେ । ସେ ଏହି ଭାବପ୍ରବତାର ପାଚେରୀକୁ ଡେଇଁ ପାରି ନ ଥିଲେ । ବିଛଣାରୁ ଉଠୁ ନ ଥିଲେ । କିଛି ସମୟ ପରେ ବ୍ୟସ୍ତ ବିବ୍ରତ ହୋଇ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ପତି ଯିବାର ୬ ଘଂଟା ପରେ ଲାଲପରୀ ମଧ୍ୟ ଚାଲି ଯାଇଥିଲେ । ଏହି ଘଟଣା ସମ୍ପୂର୍ଣ୍ଣ ଅଂଚଳକୁ କନ୍ଦେଇ ଦେଇଥିଲା । ଏବେ ଏହା ବିଭିନ୍ନ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଏବେ ବି ପ୍ରକୃତ ପ୍ରେମ ବଂଚି ରହିଛି ।

Leave A Reply

Your email address will not be published.