Latest Odisha News

BREAKING NEWS

Ollywood Movie; ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ନୂଆବର୍ଷରେ ଆସୁଛି ଓଡ଼ିଆ ଫିଲ୍ମ ‘ଅହମ୍’..

ଭୁବନେଶ୍ୱର: ନୂଆ ବର୍ଷରେ ଦର୍ଶକଙ୍କୁ ଫୁଲ ଏଣ୍ଟରଟେନମେଣ୍ଟ କରିବାକୁ ଆସୁଛି ଓଡ଼ିଆ ଫିଲ୍ମ ‘ଅହମ୍’ । ଫିଲ୍ମଟି ବିଜୟଲକ୍ଷ୍ମୀ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି । ଜାନୁଆରୀରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ, ଆଜି ଏହାର ଶୁଭ ମହୁରତ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖର ପୁତ୍ର ଗାୟତ୍ରୀ ମନ୍ଦିରରେ ହୋଇଯାଇଛି ।

ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିଷେକ ପଣ୍ଡା । ତାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ ପିୟାଲି ଦାସ । ପିୟାଲି ଏହି ଫିଲ୍ମ ମାଧ୍ୟମରେ ଓଡିଉଡ ଇଣ୍ଡଷ୍ଟ୍ରୀରେ ପ୍ରଥମ ଥର ପାଇଁ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ମ୍ୟୁଜିକ ଭିଡିଓ ଓ ୟୁଟ୍ୟୁବରେ ଧମାଲ ମଚେଇଛନ୍ତି । ଅନ୍ୟ ଭୂମିକାରେ ଟୁକୁନା ଷ୍ଟାଇଲିଷ୍ଟ ମିଷ୍ଟର ହତାଶିଆ, ରାମେଶ୍ୱରୀ ଉମା ଓ ଗୁଡ଼ୁ ରହିଛନ୍ତି ।

ଏହି ଭିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଓ କାହାଣୀ ଲେଖିଛନ୍ତି ନିର୍ଦ୍ଦେଶକ ହିମାଂଶୁ ଶେଖର । ପ୍ରଯୋଜନା କରିଛନ୍ତି ନବଗତା ଯୁବ ପ୍ରଯୋଜିକା ନଦିନୀ ପରିଡା । ଏଥିରେ ରୋମାଣ୍ଟିକ ଟ୍ରାକ ସହ ୪ଟି ଗୀତ ରହିଛି । ଅଭିଜିତ ତ୍ରିପାଠୀ ସଙ୍ଗୀତର ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିଜିତ ମିଶ୍ର ଗୀତ ଗାଇଛନ୍ତି ।

ଏକ ଭିନ୍ନ କାହାଣୀ ସହ ‘ଅହମ’କୁ ଲୋକେ ରୂପେଲି ପରଦାରେ ଦେଖିବେ । କଲେଜ ସମୟର ପ୍ରେମ କାହାଣୀ ସହ ମଣିଷ ଭିତରେ ଥିବା ଅହଂକାର କିଭଳି ସମସ୍ତଙ୍କୁ ଛଡାଇ ନିଏ ଏହି ବାର୍ତ୍ତା ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଫିଲ୍ମଟି ଯୁବ ବର୍ଗଙ୍କୁ ପସନ୍ଦ ଆସିବ ବୋଲି କହିଛନ୍ତି ନିର୍ଦ୍ଦେଶକ ହିମାଂଶୁ ଶେଖର ।

<iframe width=”560″ height=”315″ src=”https://www.youtube.com/embed/1wFtF_jkBAs?si=LTmS0a6qS6uPyt6B” title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>

Leave A Reply

Your email address will not be published.