Latest Odisha News

BREAKING NEWS

ହକି: ଗୋଟିଏ ମ୍ୟାଚରେ ୫୦ ଗୋଲ ସ୍କୋର କଲା ଓଡିଶା

ଭୁବନେଶ୍ୱର: ଓଡିଶା ହକି ଟିମ ଗୋଟିଏ ମ୍ୟାଚରେ ୫୦ ଗୋଲ ସ୍କୋର କରିଛି । ବିଶ୍ୱାସ ହେଉ ନ ଥିଲେ ବି ଏହା ସତ୍ୟ । ଅସ୍ମିତା ପୂର୍ବାଂଚଳ ବାଳିକା ସବ ଜୁନିୟର ହକିରେ ଓଡିଶା ୫୦-୦ ଗୋଲରେ ତ୍ରିପୁରାକୁ ପରାସ୍ତ କରିଛି । ପୂର୍ବରୁ ୧୯୩୨ ଅଲିମ୍ପିକ୍ସରେ ଭାରତୀୟ ଟିମ ୨୪-୧ରେ ଆମେରିକାକୁ ହରାଇଥିଲା । ତ୍ରିପୁରା ବିପକ୍ଷ ମ୍ୟାଚରେ ଓଡିଶା ପ୍ରଥମ କ୍ୱାର୍ଟରରେ ୧୦ଟି, ଦ୍ୱିତୀୟ କ୍ୱାର୍ଟରରେ ୮ ଗୋଲ ସ୍କୋର କରିଥିଲା । ପ୍ରଥମାର୍ଦ୍ଧ ଶେଷ ବେଳକୁ ୧୮-୦ର ଅଗ୍ରଣୀ ହାସଲ କରିଥିବା ଓଡିଶା ବାକି ୨ଟି କ୍ୱାର୍ଟରରେ ୧୭ ଓ ୧୫ ଗୋଲ ସ୍କୋର କରିଥିଲା ।

ତ୍ରିପୁରା ଖେଳାଳିମାନେ ଓଡିଶା ଆକ୍ରମଣରେ ଚାପରେ ପଡିବା ସହ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡିଥିଲେ । ସେମାନେ ଗୋଟିଏ ବି ଗୋଲ ସ୍କୋର କରିପାରି ନ ଥିଲେ । ତେବେ କୌଣସି ଅଫିସିଆଲ ଘୋଷଣା ହୋଇ ନ ଥିବାରୁ ଏହା ଏକ ରେକର୍ଡ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନି ।

Leave A Reply

Your email address will not be published.