Latest Odisha News

BREAKING NEWS

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା !୨ ଜଣଙ୍କୁ ଉଠାଇ ନେଇ ପଚରାଉଚରା

ଭଦ୍ରକ: ଚାନ୍ଦବାଲି ଥାନା ଅଞ୍ଚଳର ଘଞ୍ଚ ଜଙ୍ଗଲରେ ନାବାଳିକାର ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ । ବାଲିଗାଁ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ଥିବା ଘଞ୍ଚ ବୁଦା ଭିତରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ନ୍ୟାୟ ଦାବି​‌ରେ ସ୍ଥାନୀୟ ଲୋକେ ନ୍ୟାୟ ଦାବିରେ ବାଲିଗାଁ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଭଦ୍ରକ- ଚାନ୍ଦବାଲି ମୁଖ୍ୟ ରାସ୍ତା ଯାତୟାତ ବାଧାପ୍ରାପ୍ତ ହୋଇଥିଲା ।

ଏପଟେ CCTV ଫୁଟେଜ୍ ଆଧାରରେ ସ୍ଥାନୀୟ ଅଞ୍ଚଳର ୨ ଯୁବକ ଅଟକ ଅଛନ୍ତି । ପୋଲିସ ପଚରାଉଚରା କରୁଛି । ତେବେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ।

ଭଦ୍ରକ ଏସପି ମନୋଜ ରାଉତ କହିଛନ୍ତି, ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ଗିରଫ ଆସାମୀ ଗିରଫ ହେବେ। ଏହା ସହ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି ଏସପି।

ଖବରମୁତାବକ, ଗତକାଲି ଚାନ୍ଦବାଲି ଅଞ୍ଚଳର ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ୧୦ ବର୍ଷର ନାବାଳିକା ଅପରାହ୍‌ଣ ପ୍ରାୟ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା । ସକାଳୁ ପରିବାର ଲୋକେ ଖୋଜଖବର ନେଉଥିବା ବେଳେ ସନ୍ଧ୍ୟାରେ ଚାନ୍ଦବାଲି ଥାନାକୁ ଜଣାଇଥିଲେ। ମଙ୍ଗଳବାର ରାତି ପ୍ରାୟ ସାଢେ ସାତଟା ବେଳେ ସମବାୟ ସମିତି କାର୍ଯ୍ୟାଳୟ ପଛପଟରେ ଏକ ନିଛାଟିଆ ତଥା ବଣ ଭିତରେ ନାବାଳିକାର ମୃତଦେହ ଠାବ କରିଥିଲେ ସ୍ଥାନୀୟ ଲୋକେ। ସଂପୃକ୍ତ ନାବାଳିକାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଏପଟେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରାଇଛି। ବ୍ୟବଛେଦ ରିପୋର୍ଟରୁ ଦୁଷ୍କର୍ମ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଚାନ୍ଦବାଲି ଥାନାଧିକାରୀ କହିଛନ୍ତି।

Leave A Reply

Your email address will not be published.