Latest Odisha News

BREAKING NEWS

Special Raid: ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ଚତୁର୍ଥ ଦିନ, ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର: ଅବକାରୀ ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ସାରା ରାଜ୍ୟରେ ଚାଲୁଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ଚତୁର୍ଥ ଦିନ। ଏହି ଚଢ଼ାଉରେ ମୋଟ ୧ କୋଟି ୧୪ ଲକ୍ଷ ୬୨ ହଜାର ୯୭୪ ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ ହୋଇଛି ।

ଏହି କାର୍ଯ୍ୟାନୁଷ୍ଠାନରେ NDPS Act. ଅଧୀନରେ ଚାରୋଟି ମାମଲା ସହିତ ମୋଟ ୨୩୯ଟି ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୧୩୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୩ଟି ଗାଡ଼ିକୁ ଜବତ କରାଯାଇଛି।

ଚଢ଼ାଉ ଅଭିଯାନରେ ୧୦,୨୮୪ ଲିଟର ବେଆଇନ ଦେଶୀ ମଦ, ୪୨୨ ଲିଟର duty-paid liquor, ୨୨ କିଲୋଗ୍ରାମ ଭାଙ୍ଗ, ୮୧,୬୦୦ ଲିଟର ମହୁଲ ପୋଚ ଓ ୪,୧୩୦ କିଲୋଗ୍ରାମ ଗୁଡ଼ ପୋଚ ଜବତ କରାଯାଇଛି। ଏଥିସହିତ ୬୨ କିଲୋଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି।

Leave A Reply

Your email address will not be published.