Latest Odisha News

BREAKING NEWS

HighCourt Order: କଟକରେ ବାମସେଫ୍‌ ରାଷ୍ଟ୍ରୀୟ ଅଧିବେଶନ ପାଇଁ ହାଇକୋର୍ଟ ଦେଲେ ନାହିଁ ଅନୁମତି, କାରଣ ଜାଣନ୍ତୁ…

କଟକ: ବାଲିଯାତ୍ରା ପଡିଆରେ ହେବ ନାହିଁ ବାମସେଫ (BAMCEF) ସଂଗଠନର ରାଷ୍ଟ୍ରୀୟ ଅଧିବେଶନ ଆୟୋଜନ । କଟକ ଜିଲ୍ଲାପାଳ ଓ ଡିସିପିଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ମନା କଲେ ହାଇକୋର୍ଟ । ଏପରି ସମାବେଶ ଦ୍ବାରା ସାମାଜିକ ସଦ୍‌ଭାବ କ୍ଷୁର୍ଣ୍ଣ ହେବାର ଆଶଙ୍କା ଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ଆଡଭୋକେଡ ଜେନେରାଲ । ଏହାକୁ ହାଇକୋର୍ଟ ଗ୍ରହଣ କରିବା ସହ ଅନ୍ତରୀଣ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି ।

ସୂଚନାଥାଉକି, ୨୬ ତାରିଖରୁ ଆରମ୍ଭ ହୋଇଥାନ୍ତା ବାମସେଫ୍‌ ରାଷ୍ଟ୍ରୀୟ ଅଧିବେଶନ । ଆସନ୍ତା ୨୬ ତାରିଖରୁ ୩୦ ତାରିଖ ଯାଏ ୫ ଦିନିଆ ବାମସେଫ ସଂଗଠନ ପକ୍ଷରୁ ବାଲିଯାତ୍ରା ପଡିଆରେ ରାଷ୍ଟ୍ରୀୟ ଅଧିବେଶନ ହେବାର ଥିଲା । ଏନେଇ ସମସ୍ତ ପ୍ରକାର ପ୍ରଶାସନିକ ଅନୁମତି ମଧ୍ୟ ମିଳିସାରିଥିଲା । କିନ୍ତୁ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଭୁଲ ତଥ୍ୟ ଦେଇ ଆୟୋଜକ ଅନୁମତି ନେଇଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ସମାବେଶ ପାଇଁ ମିଳିଥିବା ଅନୁମତି ପ୍ରତ୍ୟାହାର କରିଥିଲେ ପ୍ରଶାସନ ।

ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆୟୋଜକ ।

Leave A Reply

Your email address will not be published.