Latest Odisha News

BREAKING NEWS

ପ୍ରଦୂଷଣ ନିୟନ୍ତ୍ରଣ କରିନପାରିଲେ ଏୟାର ପ୍ୟୁରିଫାୟରରୁ ଜିଏସଟି କମ କର; କେନ୍ଦ୍ରକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଏୟାର କ୍ୱାଲିଟୀକୁ ଦୃଷ୍ଟିରେ ରଖି ବୁଧବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ନେଇ ଶୁଣାଣି କରିଛନ୍ତି। ଏଥିସହିତ ଏୟାର ପ୍ୟୁରିଫାୟରକୁ ଚିକିତ୍ସା ଉପକରଣ ଭାବରେ ପୁନଃବର୍ଗୀକୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ସରକାର ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିପାରୁନ ଥିବାରୁ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କଡା ନିନ୍ଦା କରିଛନ୍ତି। ଏହି ଉପକରଣ ଗୁଡିକରେ ଜିଏସଟି ହାରକୁ ୧୮ ପ୍ରତିଶତରୁ କମ କରି ୫ ପ୍ରତିଶତକୁ ହ୍ରାସ କରିବାକୁ କହିଛନ୍ତି। ଏଥିସହିତ ପ୍ରତ୍ୟେକ ନାଗରିକଙ୍କୁ ସ୍ୱଚ୍ଛ ବାୟୁ ଦରକାର ଓ ସରକାର ଏହା ଯୋଗାଇବାରେ ବିଫଳ ହୋଇଥିବା କୋର୍ଟ କହିଛନ୍ତି।

ସେହିପରି ଏୟାର ପ୍ୟୁରିଫାୟର ଉପରେ GST ହ୍ରାସ କରିବା ପାଇଁ ବିଚାର କରି GST ପରିଷଦକୁ ଯଥାଶୀଘ୍ର ବୈଠକ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଯଥାଶୀଘ୍ର ବୈଠକ କରି ଏୟାର ପ୍ୟୁରିଫାୟର ଉପରେ GST ହ୍ରାସ କିମ୍ବା ଲାଗୁ ନକରିବା ବିଷୟରେ ବିଚାର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୨୬ରେ କରାଯିବ।

ତେବେ ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା ସାମାନ୍ୟ ଉନ୍ନତ ହୋଇଥିବା ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସୂଚନା ଦେଇଛନ୍ତି। ବର୍ତ୍ତମାନ ଦିଲ୍ଲୀର AQI ‘ଗମ୍ଭୀର’ରୁ ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି। ବୁଧବାର ସକାଳେ ଦିଲ୍ଲୀର AQI ୩୩୬ ରେକର୍ଡ କରାଯାଇଥିଲା। ଯାହାକି ମଙ୍ଗଳବାର ଦିନ ୪୧୫ ଥିଲା। ଯଦି ବାୟୁ ଗୁଣବତ୍ତା ୦-୫୦ ମଧ୍ୟରେ ରହେ ତେବେ ଏହା ‘ଭଲ’, ଯଦି ଏହା ୫୧ ରୁ ୧୦୦ ମଧ୍ୟରେ ରହିବ ତା ହେଲେ ଏହା ‘ସନ୍ତୋଷଜନକ’ ବୋଲି ବିବେଚନା କରାଯାଇଥାଏ। ସେହିପରି ଯଦି AQI ୧୦୧ ରୁ ୨୦୦ ମଧ୍ୟରେ ରହେ ତାହେଲେ ଏହା ‘ମଧ୍ୟମ’ ଓ ୨୦୧ ରୁ ୩୦୦ ମଧ୍ୟରେ ରହିଲେ ‘ଖରାପ’ ବର୍ଗ ରେ ଅନ୍ତର୍ଭୁକ୍ତ ହୋଇଥାଏ। ଯଦି ଏହା ୩୦୧ରୁ ୪୦୦ ମଧ୍ୟରେ ରହେ ତାହେଲେ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୫୦୦ ମଧ୍ୟରେ ରହିଲେ ଏହାକୁ ‘ଗମ୍ଭୀର’ ବୋଲି ବିବେଚନା କରାଯାଇଥାଏ।

 

Leave A Reply

Your email address will not be published.