ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂ ଡନ ୩ରୁ ଅଲଗା ହୋଇ ଯାଇଛନ୍ତି । ଧୂରନ୍ଧର ଫିଲ୍ମର ସଫଳତା ପରେ ରଣବୀର ଏହି ମେଗା ବଜେଟ ଫିଲ୍ମରୁ ଓହରିଯିବା ପ୍ରଶଂସକଙ୍କ ଆଶ୍ଚର୍ଯ୍ୟଚକିତ କରିଛି । ପ୍ରଥମେ ରଣବୀର ଏହି ଫିଲ୍ମ ଛାଡିବା କଥା ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ଏହା ଗୁଜବ ବୋଲି ଜଣାପଡିଛି । ରଣବୀର ଓ ମେକର୍ସଙ୍କ ମଧ୍ୟରେ ଦାବୀକୁ ନେଇ ମତଭେବ ହେବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ମେକର୍ସ ଶେଷରେ ବାଧ୍ୟ ହୋଇ ତାଙ୍କୁ ଫିଲ୍ମରୁ ଅଲଗା କରିଥିଲେ । ରଣବୀରଙ୍କ ୩ଟି ଫିଲ୍ମ ଫ୍ଲପ ହେବା ପରେ ରିତେଶ ସିଦ୍ଧୱାନୀ ଓ ଫରହାଦ ଅଖତାର ତାଙ୍କୁ ଡନ ଥ୍ରୀରେ ସୁଯୋଗ ଦେଇଥିଲେ ।
ଏହା ପରେ ରଣବୀରଙ୍କୁ ସଞ୍ଜୟ ଲୀଲା ଭନ୍ସାଲୀ, ଲୋକେଶ କନଗରାଜ ଓ ଅଟଲୀଙ୍କ ଫିଲ୍ମ ମିଳିବା ପରେ ସେ ଫରହାନ ଅଖତରଙ୍କୁ ଅଣଦେଖା କରିଥିଲେ । ଏବେ ସେ ତାଙ୍କର ବାକି ଡେଟ ଜୟ ମେହେଟ୍ଟାଙ୍କ ପ୍ରଳୟଙ୍କୁ ଦେଇଥିବା ଜଣାପଡିଛି । ଡନ ୩ ମେକର୍ସ ଜାନୁୟାରୀ ୨୦୨୬ ଶେଷ ଭାଗରେ ଫିଲ୍ମର ଶୁଟିଂ ଆରମ୍ଭ କରିବା ପାଇଁ ସ୍ଥିର କରିଛନ୍ତି । ଖୁବ ଶୀଘ୍ର ମୂଖ୍ୟ ଭୂମିକା ପାଇଁ ଅଭିନେତା ଚୟନ କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।