କଟକ: ଗିରଫ ହେଲା ମୋଷ୍ଟ ଓ୍ୱାଣ୍ଟେଡ୍ ଗୋମାଫିଆ । ଦୀର୍ଘ ଦିନ ଧରି ପୋଲିସ ହେପାଜତରୁ ଫେରାର ଥିବା ମୋଷ୍ଟ ଓ୍ୱାଣ୍ଟେଡ୍ ଗୋମାଫିଆ ତାଜୁଦ୍ଦିନ ଓରଫ ତାଜୁ ଖାନକୁ ଗିରଫ କରିଛି ପୋଲିସ । ଭଟ୍ଟାରିକା ଶସାଙ୍ଗ ନିକଟରେ ବଣଭୋଜି କରୁଥିବା ସମୟରେ ଖବର ପାଇ ପୋଲିସ ସେଠାରେ ଚଢାଉ କରି ତାଜୁଦ୍ଦିନକୁ ଗିରଫ କରିବାରେ ସଫଳ ହୋଇଛି ବଡମ୍ବା ପୋଲିସ ।
ବଡ଼ମ୍ବା, ନରସିଂହପୁର, ତିଗିରିଆ ବାରମାଣ ଜଙ୍ଗଲ ଓ କଟା ମାଂସକୁ ବିଭିନ୍ନ ଅଞ୍ଚଳକୁ ପରିବହନରେ ସାମିଲ ଥିଲା ତାଜୁଦ୍ଦିନ ଖାନ୍ । ଦୀର୍ଘ ଦିନ ଧରି ପୋଲିସ ତାଜୁଦ୍ଦିନ ଖାନକୁ ଖୋଜୁଥିଲା । ଅଭିଯୁକ୍ତକୁ ଧରିବାକୁ ଅନେକ କାରସାଦି ରଚିଥିଲା ପୋଲିସ ।
ବଡ଼ମ୍ବା ଥାନା କେସ୍ ନଂ ୩୭୭/୨୫ରେ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ଗୋରୁ ଚାଲାଣ ଓ ବେଆଇନ୍ ପରିବହନରେ ତିଗିରିଆ ଥାନାରେ ୩ଟି କେସ୍, ଆଠଗଡ଼ ଥାନାରେ ଦୁଇଟି କେସ୍, ବଡ଼ମ୍ବା ଥାନାରେ ଦୁଇଟି କେସ୍ ରହିଥିବା ବେଳେ ତା ବିରୋଧରେ ୩ଟି ଏନବିଡବ୍ଲୁ ମାମଲା ରହିଛି ।