Latest Odisha News

BREAKING NEWS

ଦିିନିକିଆ ଦଳରେ ସ୍ଥାନ ପାଇବା ପାଇଁ ବିଜୟ ହଜାରେ ଟ୍ରଫିକୁ ଟାର୍ଗେଟ କରୁଛନ୍ତି ଅଭିଷେକ

ନୂଆଦିଲ୍ଲୀ: ଭାରତୀୟ ଟି୨୦ ଟିମର ବିସ୍ଫୋରକ ଓପନର ଅଭିଷେକ ଶର୍ମା ଏଥର ଦିିନିକିଆ ଦଳରେ କିପରି ସ୍ଥାନ ପାଇବେ ସେ ନେଇ ସଂଘର୍ଷ ଆରମ୍ଭ କରି ଦେଇଛନ୍ତି । ଚଳିତ ବିଜୟ ହଜାରେ ଟ୍ରଫିକୁ ସେ ଏଥିନେଇ ଟାର୍ଗେଟ କରିଛନ୍ତି । ତାଙ୍କୁ ମିଳିଥିବା ସୁଯୋଗକୁ ସେ ହାତଛଡା କରୁ ନାହାନ୍ତି । ଏପରିକି ସେ ଟ୍ରେନିଂ ସେଶନରେ ମଧ୍ୟ କଡା ଅଭ୍ୟାସ ଜାରୀ ରଖିଛନ୍ତି । ଅଭିଷେକ ଅନନ୍ତମ କ୍ରିକେଟ ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବା ବେଳେ ୪୫ ଛକା ମାରିଥିଲେ । ସ୍ପିନ ବିପକ୍ଷରେ ସେ ଭଲ ପ୍ରଦର୍ଶନ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି ।

ଏଥିନେଇ ସେ ତାଙ୍କ ଟେକନିକରେ ମଧ୍ୟ ପରିବର୍ତନ କରିଛନ୍ତି । ଏତଦ୍ୟତୀତ ସେ ନେଟ୍ସରେ ଦୀର୍ଘ ସମୟ ବୋଲିଂ ଅଭ୍ୟାସ ମଧ୍ୟ କରିଥିଲେ । ନିଜକୁ ଏକ ଅଲରାଉଣ୍ଡର ଭାବେ ଗଢ଼ି ତୋଳିବା ପାଇଁ ସେ ଚେଷ୍ଟା ଚଳାଇଛନ୍ତି । ଅବଶ୍ୟ ବର୍ତମାନ ଦିିନିକିଆ ଦଳରେ ସ୍ଥାନ ପାଇବା ତାଙ୍କ ପାଇଁ କଷ୍ଟକର ହୋଇପାରେ । ଦୁଇ ଓପନର ଶୁଭମନ ଗିଲ ଓ ଯଶସ୍ୱୀ ଜୈସୱାଲ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଏହା ସତ୍ୱେ ଚୟନ କମିଟିକୁ ପ୍ରଭାବିତ କରିବା ତାଙ୍କର ମୂଳ ଲକ୍ଷ୍ୟ ରହିଛି ।

Leave A Reply

Your email address will not be published.