Latest Odisha News

BREAKING NEWS

ଭାଙ୍ଗିଗଲା ସେହ୍ୱାଗଙ୍କ ୧୯ ବର୍ଷ ତଳର ରେକର୍ଡ

ନୂଆଦିଲ୍ଲୀ: ପାକିସ୍ତାନ ଟେଷ୍ଟ ଟିମର ଅଧିନାୟକ ଶାନ ମାସୁଦ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି । ପାକିସ୍ତାନ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ଦ୍ରୁତ ଦ୍ୱିଶତକ ହାସଲ କରିଛନ୍ତି । ମାସୁଦ ୧୭୭ ବଲରେ ଦ୍ୱିଶତକ ପୂରଣ କରିବା ସହ ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ୨୦୦୬ରେ ଲାହୋରରେ ପାକିସ୍ତାନ ବିପକ୍ଷରେ ସେହ୍ୱାଗ ୧୮୨ ବଲରେ ଦ୍ୱିଶତକ ମାରିଥିଲେ । ଶାନ ମାସୁଦ ନିଜ ଦେଶର ମହାନ ଖେଳାଳି ଇଞ୍ଜାମାମ ଉଲ ହକଙ୍କ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି । ୧୯୯୨ରେ ସେ ୧୮୮ ବଲରେ ଦ୍ୱିଶତକ ମାରିଥିଲେ ।

କରାଚୀରେ ଖେଳାଯାଉଥିବା ପ୍ରେସିଡେଂଟସ ଟ୍ରଫି ଗ୍ରେଡ-୧ ମୁକାବିଲାରେ ମାସୁଦ ନଦର୍ଣ୍ଣ ଗ୍ୟାସ ପାଇପଲାଇନ୍ସ ଲିମିଟେଡ ପକ୍ଷରୁ ଖେଳି ସାହିର ଆସୋସିଏଟସ ବିପକ୍ଷରେ ଏହି ସ୍ମରଣୀୟ ଇନିଂସ ଖେଳିଛନ୍ତି । ଚଳିତ ବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟରେ ମାସୁଦଙ୍କ ଏହା ଦ୍ୱିତୀୟ ଦ୍ୱିଶତକ । ସେ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ଓଭରାଲ ୫ ଦ୍ୱିଶତକ ମାରିଛନ୍ତି ।

Leave A Reply

Your email address will not be published.