Latest Odisha News

BREAKING NEWS

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ: ବାଂଲାଦେଶର ମୟମନସିଂ ଜିଲ୍ଲାରେ ଏକ ଫ୍ୟାକ୍ଟ୍ରିରେ ଗୁଳି ମାଡରେ ସୋମବାର ସନ୍ଧ୍ୟାରେ ଜଣେ ୪୦ ବର୍ଷୀୟ ହିନ୍ଦୁ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି।

ମୈମନସିଂର ଭାଲୁକା ଉପ-ଜିଲ୍ଲାର ମେହରାବାରି ଅଞ୍ଚଳର ସୁଲତାନା ସ୍ୱେଟର୍ସ ଲିମିଟେଡରେ ଏହି ଘଟଣା ଘଟିଥିଲା।ତେବେ ପୀଡିତ ବଜେନ୍ଦ୍ର ବିଶ୍ୱାସ ସିଲହଟ ସଦରର କାଦିରପୁର ଗ୍ରାମର ବାସିନ୍ଦା ଥିଲେ ଓ ସେ କାରଖାନାର ସୁରକ୍ଷା କର୍ମୀ ଥିଲେ।

ତେବେ ଅଭିଯୁକ୍ତ ୨୨ ବର୍ଷୀୟ ନୋମାନ ମିଆଁଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି। ବଜେନ୍ଦ୍ର ବିଶ୍ୱାସ ଏବଂ ନୋମାନ ମିଆଁ ଉଭୟ କାରଖାନା ପରିସର ମଧ୍ୟରେ ଥିବା ଅନସାର ବାରାକରେ ନିୟୋଜିତ ଥିଲେ।ଘଟଣା ସମୟରେ ପ୍ରାୟ ୨୦ ଜଣ ଅନସାର କର୍ମଚାରୀ କାରଖାନାରେ ଡ୍ୟୁଟି କରୁଥିଲେ। ବଜେନ୍ଦ୍ର ବିଶ୍ୱାସ ଏବଂ ନୋମାନ ମିଆଁ ପରିସର ଭିତରେ ଏକାଠି ବସିଥିଲେ।ସାଧାରଣ କଥାବାର୍ତ୍ତା ସମୟରେ ନୋମାନ ମିଆଁ ମଜା କରିବା ପାଇଁ ବିଶ୍ୱାସଙ୍କ ଆଡ଼କୁ ଏକ ସରକାରୀ ବନ୍ଧୁକ ଦେଖାଇଥିଲେ। ଆଉ ହଠାତ୍ ଗୁଳି ବିଶ୍ୱାସଙ୍କ ବାମ ଜଙ୍ଘରେ ବାଜିଥିଲା। ଯାହା ଫଳରେ ଗୁରୁତର ଆଘାତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି। ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ପୂର୍ବରୁ ରାଜବାରୀ ଜିଲ୍ଲାରେ ଅମୃତ ମଣ୍ଡଳ ନାମକ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଡିସେମ୍ବର ୧୮ ତାରିଖରେ ସେହି ଭାଲୁକା ଅଞ୍ଚଳରେ ଦିପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ମଧ୍ୟ ମାଡ଼ ମାରି ଜୀବନ୍ତ ଜାଳି ଦିଆଯାଇଥିଲା।

Leave A Reply

Your email address will not be published.