Latest Odisha News

BREAKING NEWS

Patha Utsav 2026: ଫେରିବ ‘ପଥ ଉତ୍ସବ’, ଶୀତ ସକାଳେ ମଜା ନେବେ ରାଜଧାନୀ ବାସିନ୍ଦା

ଭୁବନେଶ୍ବର: ପଥୋତ୍ସବର ମଜା ନେବେ ରାଜଧାନୀ ବାସିନ୍ଦା । ବିଏମସି ପକ୍ଷରୁ ଆସନ୍ତା ୪ ତାରିଖ ସକାଳ ସାଢେ ୬ରୁ ମାଷ୍ଟରକ୍ୟାଣ୍ଟିନଠାରୁ ରାମ ମନ୍ଦିର ମଧ୍ୟରେ ୨0୨୬ର ପ୍ରଥମ ପଥ ଉତ୍ସବ ଆରମ୍ଭ ହେବ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି।
ପଥୋତ୍ସବର ପ୍ରଥମରୁ ଅନ୍ତରା ଚକ୍ରବର୍ତ୍ତୀଙ୍କ ଗୀତରେ ଝୁମିବେ ଦର୍ଶକ । ଆଉ ପପୁ ପମପମଙ୍କ କମେଡି ଦେଖିବେ । ଏହି କାର୍ଯ୍ୟକ୍ରମ ସକାଳ ସାଢେ ୬ଟାରୁ ଆରମ୍ଭ ହାଇ ସାଢେ ୯ଟା ପର୍ଯ୍ୟନ୍ତ ଚାଲିବ ।

ଆହୁରି ମଧ୍ୟ ଯୋଗ, ଜୁମ୍ବା, ରଙ୍ଗୋଲି, କିଡ୍ସ କିଙ୍ଗଡମ୍, ସ୍କେଟିଂ, ଚିତ୍ରାଙ୍କନ, ପାରମ୍ପାରିକ ନୃତ୍ୟ ଗୀତରେ ଝୁମିବେ ଦର୍ଶକ । ଦର୍ଶକଙ୍କ ମଧ୍ୟରେ ଥିବା ଲକ୍କାୟିତ ପ୍ରତିଭାର ଉନ୍ମେଷ ପାଇଁ ଖୋଲା ରହିବ ଟ୍ୟାଲେଣ୍ଟ ମଞ୍ଚ । ଏଥିରେ ନୃତ୍ୟ, ଗୀତ, ଏକକ ଅଭିନୟ, ମିମିକ୍ରି ଆଦି ପ୍ରଦର୍ଶନ କରିପାରିବେ। ଏଥିରେ ସବୁ ବର୍ଗର ମହିଳା ଓ ପୁରୁଷ ଅଂଶଗ୍ରହଣ କରିପାରିବେ ।

ବିଭିନ୍ନ ଖାଦ୍ୟର ମଜ୍ଜା ମଧ୍ୟ ଉଠାଇ ପାରିବେ ଲୋକେ । ସେହିପରି ମହିଳା ଓ ବାଳିକାମାନଙ୍କ ପାଇଁ ରଙ୍ଗୋଲି, ପୁଚି, ଚିତ୍ରାଙ୍କନ ରହିଛି । ଫେସ୍ ପେଣ୍ଟିଂ କରି ଶିଶୁମାନେ କିଡ୍ସ କିଙ୍ଗଡମରେ ବିଭୋର ହେବେ ।

ଜାନୁଆରୀ ୧୮ତାରିଖରେ ନୂଆ ଜାଗମରା ବରମୁଣ୍ଡା ରାସ୍ତା ଏବଂ ଫେବୃଆରୀ ୧ ତାରିଖରେ ଇମ୍ଫୋସିଟିଠାରେ ପଥ ଉତ୍ସବ ଚାଲିବ ।

Leave A Reply

Your email address will not be published.