ପାରାଦୀପ: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍ । ପାରାଦୀପରେ ୩ କିଲୋମିଟର ବେଳାଭୂମି ହେବ । ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ପ୍ରାୟ ୨୪ କୋଟି ଟଙ୍କା । ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନବ ସମ୍ବଳ ବିଭାଗର ପ୍ରମୁଖ ସଚିବ ଏନବିଏସ ରାଜପୁତ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ଗୁଡିକ ବୁଲି ଦେଖିଛନ୍ତି ।
ଏହି ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ହେଲେ ପାରାଦୀପର ରୂପରେଖ ବଦଳିବା ସହିତ ଆନ୍ତର୍ଜାତିକ କ୍ଷେତ୍ରରେ ପାରାଦୀପକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ । ବେଳାଭୂମିରେ ୱାଟର ସ୍ପୋର୍ଟ୍ସ ସୁବିଧା, ଯୋଗ କେନ୍ଦ୍ର, ଲାଇଫ୍ ଗାର୍ଡ, ୱାଚ ଟାୱାର, ସିସିଟିଭି, ବେଳାଭୂମି ସୁରକ୍ଷା ଏବଂ ବେଳାଭୂମିରେ ପ୍ରାଚୀର ନିର୍ମାଣ ହେବା ନେଇ ସୂଚନା ରହିଛି ।
ଅନ୍ୟପଟେ, ଜିଲ୍ଲାପାଳ ଜେ. ସୋନାଲ କହିଛନ୍ତି ଯେ, ଏହି ବେଳାଭୂମି ଉନ୍ନତିକରଣ ହେବା ଦ୍ୱାରା ଅନ୍ୟ ବେଳାଭୂମି ଭଳି ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ପାରାଦୀପ ଆସିବା ସହ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ।