Latest Odisha News

BREAKING NEWS

ଜଷ୍ଟିସ ସଙ୍ଗମ କୁମାର ସାହୁ ହେଲେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ: ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନୂଆ ନିଯୁକ୍ତି । ବିହାର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଥିବା ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଜଷ୍ଟିସ୍ ସାହୁଙ୍କର ଜନ୍ମ ୫ ଜୁନ୍ ୧୯୬୪ ମସିହାରେ ହୋଇଥିଲା। ସେ କଟକ ଲ କଲେଜରୁ ଏଲଏଲବି କରିବା ପରେ ୧୯୮୯ ମସିହାରେ ଓଡ଼ିଶା ରାଜ୍ୟ ବାର୍ କାଉନସିଲ, କଟକ ଅଧୀନରେ ଜଣେ ଓକିଲ ଭାବରେ ପଞ୍ଜିକୃତ ହୋଇଥିଲେ। ପରବର୍ତ୍ତି ସମୟରେ ଜଷ୍ଟିସ ସାହୁ ୨ ଜୁଲାଇ ୨୦୧୪ ମସିହାରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ ।

ଜଷ୍ଟିସ ସଙ୍ଗମ କୁମାର ସାହୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ବେଞ୍ଚ ଏବଂ ପ୍ରଶାସନରେ ତାଙ୍କର ବ୍ୟାପକ ଅଭିଜ୍ଞତା ତାଙ୍କୁ ପାଟନା ହାଇକୋର୍ଟର ନେତୃତ୍ୱ ନେବାର ସହାୟକ ହେବ ।

ଜଷ୍ଟିସ୍ ସାହୁ କଟକର ନୂଆବଜାର ହାଇସ୍କୁଲରୁ ତାଙ୍କର ଶିକ୍ଷା ଆରମ୍ଭ କରିଥିଲେ । ଏବଂ ପରେ କଟକର ଷ୍ଟିୱାର୍ଟ ସାଇନ୍ସ କଲେଜରେ ସାଇନ୍ସ ନେଇ ପାଠ ପଢ଼ିଥିଲେ । ପରେ ସେ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଏବଂ ଓଡ଼ିଆରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ, ଏବଂ କଟକର ଲ’ କଲେଜରୁ ଆଇନ ଡିଗ୍ରୀ ହାସଲ କରିଥିଲେ ।

Leave A Reply

Your email address will not be published.