Latest Odisha News

BREAKING NEWS

ମସଜିଦ ଉପରେ ମିସାଇଲ ମାଡ: ୮୦ ସୈନ୍ୟ ମୃତ

ୟେମେନ: ମସିଜଦରେ ନମାଜ ପାଠ ବେଳେ ମିସାଇଲ ମାଡ । ୟେମେନର ମରିବ ଅଚଂଳରେ ହୁତୀ ବିଦ୍ରୋହୀମାନେ ମିସାଇଲ ଓ ଡ୍ରୋନ୍‌ରେ ଆକ୍ରମଣ କରିଛନ୍ତି । ଏଥିରେ ୮୦ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଅନେକ ଯବାନ ଆହତ ହୋଇଛନ୍ତି । ମସ୍‌ଜିଦ୍‌ରେ ସୈନିକମାନେ ନମାଜ ପାଠ କରୁଥିବା ବେଳେ ଆତଙ୍କବାଦୀମାନେ ଏହି ନରସଂହାର କରିଛନ୍ତି ।

ଏହି ଆକ୍ରମଣ ପଛରେ ଇରାନ ସମର୍ôଥତ ‘ହୁତୀ’ ବିଦ୍ରୋହୀ ଥିବା କୁହାଯାଉଛି । କାରଣ ୨୦୧୪ରୁ ୟେମେନ ସରକାର ଓ ‘ହୁତୀ’ ବିଦ୍ରୋହୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ସଂଘର୍ଷ ଜାରି ରହିଛି ।

ୟେମେନ ସେନା ମୁତାବକ, ଶନିବାର ମରିବ ସୈନ୍ୟ ଶିବିର ଉପରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ହୋଇଛ । ଯେଉଁଠି ଏକ ମସ୍‌ଜିଦ ରହିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଅଧିକାରୀଙ୍କ ସୂଚନା ମୁତାବକ ୮୩ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଗୁରୁତର ହୋଇଛନ୍ତି ।

ୟେମେନ ରାଷ୍ଟ୍ରପତି ଅବେଦରବୋ ମନସୁର ହାଦୀ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏଥିସହ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ସେ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି ।

ଏପଟେ ୟେମେନର ସରକାରୀ ଅଧିକାରୀ ଆକ୍ରମଣ ପାଇଁ ଇରାନର ସହଯୋଗୀ ହୁତି ବିଦ୍ରୋହୀଙ୍କୁ ଦାୟୀ କରିଛନ୍ତି । ସେପଟେ ଏଯାଏଁ ହୁତୀମାନେ ଏହି ଆକ୍ରମଣ ନେଇ ନିଜକୁ ଦାୟୀ କରିନାହାନ୍ତି ।

Leave A Reply

Your email address will not be published.