Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ଶ୍ରେୟାଶ, ସିରାଜଙ୍କ ପ୍ରତ୍ୟାବର୍ତନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିିନିକିଆ ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଉପ ଅଧିନାୟକ ଶ୍ରେୟାଶ ଆୟାର ଓ ପେସ ବୋଲର ମହମ୍ମଦ ସିରାଜ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଶ୍ରେୟାଶ ଆୟାର ଫିଟ ନ ରହିଲେ ଯଶସ୍ୱୀ ଜୈସୱାଲ ତାଙ୍କ ସ୍ଥାନରେ ରିଜର୍ଭ ଓପନର ଦାୟିତ୍ୱ ତୁଲାଇବେ । ଭଲ ପ୍ରଦର୍ଶନ ସତ୍ୱେ ଈଶାନ କିଶାନ ଏବଂ ମହମ୍ମଦ ସାମୀଙ୍କୁ ସୁଯୋଗ ମିଳିନି । ଯଶପ୍ରୀତ ବୁମରାହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି ।

ଜାନୁୟାରୀ ୧୧ରୁ ବରୋଦାରେ ଏହି ୩ ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବ । ରାଜାକୋଟ ଓ ଇନ୍ଦୋରରେ ବାକି ୨ଟି ମ୍ୟାଚ ଆୟୋଜିତ ହେବ । ସୂଚନାଯୋଗ୍ୟ, ପୂର୍ବରୁ ଟି୨୦ ସିରିଜ ପାଇଁ ଦଳ ଘୋଷଣା ହୋଇ ସାରିଛି ।
ଭାରତୀୟ ଟିମ: ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଶ୍ରେୟାଶ ଆୟାର, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, କୂଲଦୀପ ଯାଦବ, ରିଷଭ ପନ୍ତ, ନୀତିଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂ, ଯଶସ୍ୱୀ ଜୈସୱାଲ ।

Leave A Reply

Your email address will not be published.