Latest Odisha News

BREAKING NEWS

T-20 ବିଶ୍ବକପ୍‌; ଭାରତ ଆସିବାକୁ ମନା କଲା ବାଂଲାଦେଶ

ନୂଆଦିଲ୍ଲୀ: ଫେବୃଆରୀ ୭ ତାରିଖରୁ ହେବାକୁ ଥିବା ଟି-୨୦ ବିଶ୍ୱକପରେ ବାଂଲାଦେଶୀ ଖେଳାଳି ଭାରତ ଯାତ୍ରା କରିବେ ନାହିଁ। ଏନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡର ପରାମର୍ଶଦାତା ଡକ୍ଟର ଆସିଫ୍ ନଜରୁଲ୍ ତାଙ୍କ ଅଫିସିଆଲ୍ ଫେସବୁକ୍ ହ୍ୟାଣ୍ଡେଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏଥିସହିତ ବାଂଲାଦେଶ କ୍ରିକେଟ୍ ବୋର୍ଡ ଆଇସିସିକୁ ଏ ସଂପର୍କରେ ଚିଠି ଲେଖି ନିଜର ମତାମତ ପ୍ରକାଶ କରିବ ବୋଲି ମଧ୍ୟ କୁହାଯାଉଛି।

ତେବେ ଚଳିତ ବର୍ଷ ଟି -୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜିତ ହେବାକୁ ଯାଉଅଛି।କିନ୍ତୁ ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳା ଯିବାକୁ ନେଇ ମଧ୍ୟ ବାଂଲାଦେଶ ଦାବି କରିଛି। କେବଳ ଏତିକି ନୁହେଁ ଆଇପିଏଲ୍ ଖେଳିବା ପାଇଁ ମୁସ୍ତାଫିଜୁର ରହମାନଙ୍କ ଏନଓସି ପ୍ରତ୍ୟାହାର କରିବାକୁ ମଧ୍ୟ ବୋର୍ଡ ନିଷ୍ପତ୍ତି ନେଇଥିବା ସୂତ୍ରରୁ ଜଣାପଡ଼ିଛି।ବିସିବି ଅଧିକାରୀ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ବୈଠକ ସମୟରେ ଏହି ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ଶନିବାର ଦିନ କୋଲକାତା ନାଇଟ୍ ରାଇଡର୍ସ ଫ୍ରାଞ୍ଚାଇଜ୍ ବିସିସିଆଇ ନିର୍ଦ୍ଦେଶରେ ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ୍ରୁ ରିଲିଜ କରିଥିଲା।

ବିଶ୍ୱକପରେ ବାଂଲାଦେଶ, ଇଂଲଣ୍ଡ, ଇଟାଲୀ, ନେପାଳ ଏବଂ ୱେଷ୍ଟଇଣ୍ଡିଜ୍ ସହିତ ଗ୍ରୁପ୍ ସିରେ ଅଛି। ବର୍ତ୍ତମାନ ସୂଚୀ ଅନୁଯାୟୀ ବାଂଲାଦେଶ କ୍ରିକେଟ୍ ଦଳ ଫେବୃଆରୀ ୭ରେ କୋଲକାତାରେ, ଫେବୃଆରୀ ୯ରେ ଇଟାଲୀରେ ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡରେ ଟି-୨୦ ବିଶ୍ୱକପ୍ ଖେଳିବା ନେଇ ଜଣାପଡ଼ିଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ନେପାଳ ବିପକ୍ଷରେ ଚତୁର୍ଥ ଗ୍ରୁପ୍ ମ୍ୟାଚ୍ ଖେଳିବାର ଯୋଜନା ରହିଛି।

 

Comments are closed.