Latest Odisha News

BREAKING NEWS

ସିଙ୍ଗାପୁରରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ

ସିଙ୍ଗାପୁର : ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ । ସିଙ୍ଗାପୁରରେ ରହୁଥିବା ପ୍ରବାସୀ ଓଡିଆ ମାନେ ଆନନ୍ଦ ଉଲ୍ଲାସରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି । ଏଠାରେ ରହୁଥିବା ‘ପ୍ରବାସୀ ଓଡିଆ’ ଏବଂ ‘ସିଙ୍ଗାପୁର ହିନ୍ଦୁ ସେଣ୍ଟର’ର ମିଳିତ ଉଦ୍ୟମରେ ‘ରକ୍ଷା ବନ୍ଧନ ୨୦୧୮’ ପାଳିତ ହୋଇଛି ।

ଆଜି ଅନୁଷ୍ଠିତ ହୋଇଥିବା ଏହି ରକ୍ଷା ବନ୍ଧନ ଉତ୍ସବରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଭାରତୀୟ ଯୋଗ ଦେଇଥିଲେ । ଉତ୍ସବରେ ସାଂସଦ ଇନ୍ଦ୍ରାଣୀ ରାଜା ଏବଂ ସିଙ୍ଗାପୁର ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏଠାରେ ଭାରତୀୟ ମାନଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି ଲାଗି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଆ ସମାଜର ୯ଜଣ କଳାକାର ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ୫ଜଣ ପୁରୁଷ ଓ ୪ଜଣ ମହିଳା କଳାକାର ରହିଥିଲେ । ଏହି ରକ୍ଷା ବନ୍ଧନ ଉତ୍ସବରେ ୫୦ରୁ ଅଧିକା ଓଡିଆ ସମାଜର ସଦସ୍ୟ ଉପସ୍ଥିତ ରହି ନୃତ୍ୟଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଭାରତର ବିଭିନ୍ନ ରାଜ୍ୟର କଳାକାର ମାନେ ନୃତ୍ୟ ଏବଂ ଲୋକ ନୃତ୍ୟ ପରିବେଷଣ କରିଥିଲେ । ଉତ୍ସବ ଶେଷରେ ଏକ ଭୋଜିର ଆୟୋଜନ ହୋଇଥିଲା । ଏହି ଉତ୍ସବରେ ଗ୍ରାମୀଣ ଓଡିଶାର ବିଭିନ୍ନ ଚିତ୍ରପଟ୍ଟ ପ୍ରଦର୍ଶିତ କରାଯାଇଥିଲା । ଓଡିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ବିଭିନ୍ନ ଡିଜାଇନର ଚିତ୍ର ଅଙ୍କାଯାଇଥିଲା ।

ଏହି ଉତ୍ସବରେ ବିଭିନ୍ନ ଓଡିଆ କଳାକାର ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଲଗ୍ନଜିତ ପଟ୍ଟନାୟକ, ସୁଜିତ କୁମାର ବାରିକ, ସୁର ନାରାୟଣ ଦାସ, ପ୍ରତ୍ୟୁଷ ହୋତା, ଲୋପାମୁଦ୍ରା ବେହେରା, ପୁଷପିତା ପଟ୍ଟନାୟକ, ରିଲା ପାତ୍ରୋ, ସ୍ୱାଗତିକା ମିଶ୍ର, ସ୍ୱାଗତିକା ବିଶ୍ୱାଳ, ଦେବୋଲିନା ଦାସ ପ୍ରମୁଖ ରହିଥିଲେ ।

ବିଜୟଲକ୍ଷ୍ମୀ ମହାନ୍ତି ଓ ଶର୍ମିଷ୍ଠା ମହାନ୍ତି ଏହି ଉତ୍ସବକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.