ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖ ରବିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିବେ। ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୋମବାର ଦିନ ସୂଚନା ଦେଇଛନ୍ତି।
ତେବେ ୨୦୧୭ ପରେ ପ୍ରଥମ ଥର ପାଇଁ ରବିବାର ଦିନ ବଜେଟ୍ ଉପସ୍ଥାପନ କରାଯିବ। ଏହି ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟମାନଙ୍କୁ ସମ୍ବୋଧିତ କରିବେ ଓ ତାଙ୍କ ଅଭିଭାଷଣ ପରେ ଉଭୟ ଗୃହରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ।
ଚଳିତ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗତ ସପ୍ତାହରେ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୮ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ପରବର୍ତ୍ତୀ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରେ ପୁନର୍ବାର ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି।