Latest Odisha News

BREAKING NEWS

Jharsuguda Railway station: ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ରେଳ ଚଳାଚଳ ବ୍ୟାହତ

ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସୂଚନା ରହିଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି । ଭୟଭୀତ ନହେବା ପାଇଁ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ଆଜି ଦିନ ପ୍ରାୟ ୧୧ଟା ବେଳେ ଝାରସୁଗୁଡ଼ା ରେଳ ଷ୍ଟେସନରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଘଟଣା ପରେ ଷ୍ଟେସନ ପରିସରରୁ ସମସ୍ତ ଯାତ୍ରୀଙ୍କୁ ପ୍ଲାଟଫର୍ମରୁ ବାହାର କରି ଦିଆଯାଇଥିଲା । ଅଗ୍ନିକାଣ୍ଡ ଯୋଗୁ ସମଗ୍ର ଷ୍ଟେସନର ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ, ବୈଦ୍ୟୁତିକ ଯୋଗାଯୋଗ ଠିକ ନହେବା ଯାଏଁ ରେଳ ଚଳାଚଳ ବ୍ୟାହତ ରହିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କେତେ ମାତ୍ରାରେ କ୍ଷୟକ୍ଷତି ହୋଇଛି ସେନେଇ ଜଣାପଡିନାହିଁ ।

Leave A Reply

Your email address will not be published.