Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ୪ଜଣଙ୍କୁ ମିଳିଲାନି ଭାରତୀୟ ଭିସା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ୨୦୨୬ ସଂସ୍କରଣ ଭାରତ ଏବଂ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହେବ । ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ ବିବାଦ ଏହାର ପିଛା ଛାଡୁନି । ଭାରତ-ପାକିସ୍ତାନ, ଭାରତ-ବାଂଲାଦେଶ ବିବାଦ ପରେ ଏବେ ଭିସାକୁ ନେଇ ଅଶାନ୍ତି ଉପୁଜିଛି । ପାକିସ୍ତାନ ସହ ସମ୍ପର୍କକୁ ନେଇ ଭାରତ ପକ୍ଷରୁ ୪ଜଣଙ୍କ ଭିସା ପ୍ରଦାନ କରାଯାଇନି । ଏମାନେ ସମସ୍ତେ ଆମେରିକା ପକ୍ଷରୁ ଖେଳୁଛନ୍ତି । ଅଲୀ ଖାଁ, ଶାୟନ ଜାହାଙ୍ଗୀର, ମହମ୍ମଦ ମୋହସୀନ ଓ ଏହାଶାନ ଅଡିଲଙ୍କ ପାକିସ୍ତାନ କନେକ୍ସନ ରହିଛି । ଅଲୀ ଖାଁ ସୋସିଆଲ ମିଡିଆ ଆକାଂଉଟରେ ଟି୨୦ ବିଶ୍ୱକପ ପାଇଁ ଭିସା ମିଳି ନାହିଁ ବୋଲି ଉଲ୍ଳେଖ କରିଛନ୍ତି ।

ଏ ନେଇ ଆମେରିକା କିମ୍ବା ଭାରତ ପକ୍ଷରୁ କୌଣସି ଅଫିସିଆଲ ବୟାନ ଜାରୀ କରାଯାଇ ନାହିଁ । ଏହି ସମସ୍ତ ଖେଳାଳି ପାକିସ୍ତାନ ବାସିନ୍ଦା । ଏମାନଙ୍କ ବ୍ୟତୀତ ଇଂଲଣ୍ଡର ପେସ ବୋଲର ସାକୀବ ମେହମୁଦ, ସ୍ପିନର ଶୋଏବ ବଶୀର ଓ ରେହାନ ଅହମ୍ମଦଙ୍କୁ ମଧ୍ୟ ଭିସା ମିଳିବା ନେଇ ସନ୍ଦେହ ଉପୁଜିଛି । ଅଷ୍ଟ୍ରେଲିଆର ଉସମାନ ଖ୍ୱାଜାଙ୍କୁ ମଧ୍ୟ ପ୍ରଥମ ଥର ଭିସା ମିଳି ନ ଥିଲା । ଏହି ସମସ୍ତ ଖେଳାଳି ପାକିସ୍ତାନରୁ ଆସିଛନ୍ତି । ଆତଙ୍କବାଦୀ ଆକ୍ରମଣ ଘଟଣା ଯୋଗୁ ପାକିସ୍ତାନ ଏବଂ ବିଦେଶରେ ରହୁଥିବା ଏହାର ବାସିନ୍ଦାଙ୍କ ଉପରେ ଭାରତ ପକ୍ଷରୁ ଭିସା କଟକଣା ଜାରୀ କରାଯାଇଛି । ଅବଶ୍ୟ ସମ୍ପୃକ୍ତ ଟିମ ପକ୍ଷରୁ ସ୍ପଷ୍ଟୀକରଣ ଏବଂ ଯାଂଚ ପରେ ଖେଳାଳିମାନେ ଭିସା ପାଇପାରିବେ ବୋଲି ଜନୈକ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.