ଭୁବନେଶ୍ୱର: ଆଉ କିଛି ଦିନ ପରେ ଖଣ୍ଡଗିରେରେ କମ୍ପିବ ଯାତ୍ରା ମହାସମର । ସବୁ ଯାତ୍ରା ପାର୍ଟି ନିଜର ସବୁଠୁ ବେଷ୍ଟ ନାଟକ ଏଠାରେ ପରିବେଷଣ କରିବେ । ତେବେ ଚଳିତ ବର୍ଷ କେଉଁ ପାର୍ଟି କେଉଁ ଦିନଠାରୁ ଯାତ୍ରା ଆରମ୍ଭ କରିବ ଆସନ୍ତୁ ଜାଣିବା ।
ଚଳିତବର୍ଷ ୭ଟି ପେଣ୍ଡାଲରେ ୧୫ଟି ଯାତ୍ରା ଅନୁଷ୍ଠାନ ସେମାନଙ୍କ ନାଟକ ପରିବେଷଣ କରିବେ । ଜାନୁଆରୀ ୨୭ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା ମହୋତ୍ସବ । ୨୭ ତାରିଖ ପ୍ରଥମ ରଜନୀରେ ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲ ଆଇଗିଣିଆରେ ଅପେରା ଅଶୋକ ସମ୍ରାଟ ଯାତ୍ରା କରିବ । ସେହିପରି ସେହି ୨୭ ତାରିଖ ଦିନ ଘାଟିକିଆ ସନାତମ ସେବା ସଦନ ପେଣ୍ଡାଲରେ କୋଣାର୍କ, ଜାଗମରା ଇନ୍ଦିରା ସାଂସ୍କୃତିକ ପରିଷଦ ରେ ସିଂହବାହିନୀ, ଜାଗମରା କଳିଙ୍ଗ ସାଂସ୍କୃତିକ ପରିଷଦରେ କଳିଙ୍ଗ ଗଣନାଟ୍ୟ ନାଟକ ପରିବେଷଣ କରିବ ।
ଜାଗମରା ଅନ୍ତରା ସାଂସ୍କୃତିକ ପରିଷଦ ଧଉଳୀ ଗଣନାଟ୍ୟ ସେହି ୨୭ ତାରିଖରେ ଯାତ୍ରା ଆରମ୍ଭ କରିବ । ୨୮ ତାରିଖରେ ଜାଗମରା ବାରଭୁଜା ସାଂସ୍କୃତିକ ପରିଷଦରେ ଅପେରା ଶ୍ରୀମନ୍ଦିର ଯାତ୍ରା କରିବ । ୨୯ ତାରିଖରେ ଜାଗମରା ମା ମଙ୍ଗଳା ସାଂସ୍କୃତିକ ପରିଷଦରେ ସ୍ୱର୍ଣ୍ଣମହଲ ଯାତ୍ରା ଆରମ୍ଭ କରି ୧ ତାରିଖରେ ଶେଷ କରିବ । ୩୦ ତାରିଖରେ ଜାଗମରା କଳିଙ୍ଗ ସାଂସ୍କୃତିକ ପରିଷଦରେ ଯାତ୍ରା ଇନ୍ଦ୍ର ଭୂବନ ଓ ଜାଗମରା ଅନନ୍ତ କେଶରୀ ସାଂସ୍କୃତିକ ପରିଷଦରେ ଅପେରା ରାଜ ଦରବାର ଯାତ୍ରା କରିବ ।
୧ ତାରିଖରେ ଆଇଗିଣିଆ ହରେକୃଷ୍ଣ ପେଣ୍ଡାଲରେ ତୁଳସୀ ଯାତ୍ରା ଆରମ୍ଭ କରି ୭ ତାରିଖ ଯାଏଁ ଯାତ୍ରା କରିବ । ୨ ତାରିଖରେ ଘାଟିକିଆ ସନାତନ ସେବ ସଦନରେ ଅପେରା ସୂର୍ଯ୍ୟମନ୍ଦିର, ଜାଗମରା ସାଂସ୍କୃତିକ ପରିଷଦରେ ଶିବାନୀ ଗଣନାଟ୍ୟ, ଜାଗମରାରେ ମା ମଙ୍ଗଳା ଯୁବ ସାଂସ୍କୃତିକ ପରିଷଦ ରଙ୍ଗମହଲ ଯାତ୍ରା କରିବ । ସେହି ୨ ତାରିଖରେ ଜାଗମରା ଜୟଦୁର୍ଗା ସାଂସ୍କୃତିକ ପରିଷଦରେ ବିଶ୍ୱ ଦରବାର, ଜାଗମରା ଅନ୍ତରା କେଶରୀ ସାଂସ୍କୃତିକ ପରିଷଦ ରେ ଯାତ୍ରା ନାଟ୍ୟ ମଣ୍ଡପ ଯାତ୍ରା କରିବ । ସବୁ ଯାତ୍ରା ଅନୁଷ୍ଠାନ ଚଳିତବର୍ଷ ସେମାନଙ୍କ ଭଲ କାହାଣୀକୁ ଏଠାରେ ପ୍ରଦର୍ଶନୀ କରିବେ । ଖଣ୍ଡଗିରିରେ ଯାତ୍ରା ପଡିବା ଆଗରୁ ଏବେଠାରୁ କେଉଁ ପାର୍ଟିର ଭଲ ନାଟକ ଦର୍ଶକମାନେ କହି ସାରିଲେଣି । ତେବେ ଖଣ୍ଡଗିରିରେ କିଏ ଭଲ କରିବ ତାହା ପରିବେଷଣ ପରେ ଜଣାପଡିବ ।