Latest Odisha News

BREAKING NEWS

Community Clash: ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ; ୧୪୪ ଧାରା ଜାରି, ଶାନ୍ତି ବଜାୟ ରଖିବାକୁ ଅପିଲ କଲେ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ କାରଣରୁ ଘଟଣା ସ୍ଥଳରେ BNS ର ଧାରା ୧୪୪ ଲାଗୁ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପରସ୍ପରକୁ ଢେଲାପଥର ମାଡ଼ କରିଥିବା ନେଇ ସୂଚନା ରହିଛି । ତେବେ ଏଥିରେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି ।

ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ୧୪୪ ଧାରା ଜାରି କରାଯାଇଛି । ସ୍ଥିତିକୁ ଆୟତ୍ତ କରିବାକୁ ୧୦ ଫ୍ଲାଟୁନ ପୋଲିସ ମୂତୟନ ହୋଇଥିବା ବେଳେ ପଶ୍ଚିମାଞ୍ଚଳ ଡିଆଜି ଏବଂ ଏସପି ପହଞ୍ଚିଛନ୍ତି । ଏହାସହ ଶାନ୍ତି କମିଟି ବୈଠକ ଡାକି ସମାଧାନ କରିବାକୁ ଏସପିଙ୍କୁ ନିବେଦନ କରିଥିବା କହିଛନ୍ତି ଡ଼ିଆଇଜି ବ୍ରିଜେଶ ରାୟ ଶାନ୍ତି ।

Leave A Reply

Your email address will not be published.