ବୁଲାୱେ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଗୁରୁବାର ଆମେରିକାକୁ ହରାଇ ଭାରତ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଏଥର ବିଶ୍ୱକପ ଜିମ୍ବାୱେ ଓ ନାମ୍ବିଆରେ ଆୟୋଜିତ ହେଉଛି । ପ୍ରଥମେ ବ୍ୟାଟିଂ କରି ଆମେରିକା ୩୫.୨ ଓଭରରେ ୧୦୭ ରନ କରି ଅଲଆଉଟ ହୋଇଯାଇଥିଲା । ନୀତିଶ ସୁଦିନି ସର୍ବାଧିକ ୩୬ ରନ କରିଥିଲେ । ହେନିଲ ପଟେଲ ଭାରତ ପକ୍ଷରୁ ସର୍ବାଧିକ ୫ଟି ୱିକେଟ ନେଇଥିଲେ । ଜବାବରେ ଭାରତ ୧୦୭ ରନର ବିଜୟ ଲକ୍ଷ୍ୟ ପିଛା କରି ୧୭.୨ ଓଭରରେ ୪ ୱିକେଟ ବିନିିମୟରେ ୯୯ ରନ କରିଥିବା ବେଳ ବର୍ଷା ହୋଇଥିଲା । ଆଉ ମ୍ୟାଚ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଡକ୍ୱୱର୍ଥ ଲୁଇନ ମେଥଡରେ ଭାରତକୁ ବିଜୟୀ ଘୋଷିତ କରାଯାଇଥିଲା ।
ବୈଭବ ସୂର୍ଯ୍ୟବଂଶୀ(୨) ବିଫଳ ହୋଇଥିବା ବେଳେ ଅଭିଜ୍ଞାନ କୁଣ୍ଡୁ ୪୨ ରନ କରି ଅପରାଜିତ ରହିଥିଲେ । ଆମେରିକା ପକ୍ଷରୁ ରିତ୍ୱିକ ଆପିଦି ୨ଟି ୱିକେଟ ନେଇଥିଲେ । ହେନିଲ ପଟେଲ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସ୍କଟଲାଣ୍ଡ-ଜିମ୍ବାୱେ ମ୍ୟାଚ ଡ୍ର ରହିଥିବା ବେଳେ ତାଞ୍ଜାନିଆକୁ ୱେଷ୍ଟଇଣ୍ଡିଜ ପରାସ୍ତ କରିଛି । ଏହି ଟୁର୍ଣ୍ଣାମେଂଟରେ ଭାରତ ସବୁଠାରୁ ସଫଳ ଟିମ ଭାବେ ୫ ଥର ଚାମ୍ପିୟନ ହୋଇଛି ।