Latest Odisha News

BREAKING NEWS

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସୋନପୁର ଏସପି

ସୋନପର: ସମ୍ବଲପୁର-ସୋନପୁର ରୋଡ୍ ଅନ୍ତର୍ଗତ ସିଣ୍ଢୋଳ ଗ୍ରାମ ନିକଟରେ ବୁଧବାର ଦିନ ଘଟିଥିବା ଏକ ସଡକ ଦୁର୍ଘଟଣାରେ ସୋନପୁର ଏସପି ଦେବୀ ପ୍ରସାଦ ଦାସ ଆହତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ସିଣ୍ଢୋଳ ଢାବା ନିକଟରେ ଯାଉଥିବା ବେଳେ ତାଙ୍କ ଗାଡି କୌଣସି କାରଣବଶତଃ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି ।

ଅପରପକ୍ଷରେ ଉକ୍ତ ସଡକ ଦୁର୍ଘଟଣାରେ ଏସପିଙ୍କ ସମେତ କାର୍ ମଧ୍ୟରେ ଥିବା ଅନ୍ୟ ଦୁଇ ଜଣ ଆହତ ହୋଇଥିବା ନେଇ ଜଣାପଡିଛି ।

ପରବର୍ତ୍ତୀ ସମୟରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.