Latest Odisha News

BREAKING NEWS

ଆଫ୍ରିଦୀଙ୍କ ଆଉ ଏକ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ

ଇନ୍ଦୋର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ଇନ୍ଦୋରରେ ଖେଳାଯିବ । ଏହି ମ୍ୟାଚରେ ରୋହିତ ଶର୍ମା ଆଉ ଏକ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି । ୨ଟି ଯାକ ଦିନିକିଆରେ ରୋହିତ(୨୬ ଓ ୨୪ ରନ) ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ପ୍ରଶଂସକମାନେ ତାଙ୍କଠାରୁ ଏକ ବଡ ଏବଂ ବିସ୍ଫୋରକ ଇନିଂସ ଆଶା କରୁଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ଛକା ମାରିବା ରେକର୍ଡ ଶାହୀଦ ଆଫ୍ରିଦୀଙ୍କ ନାମରେ ରହିଛି । ସେ ଓଭରାଲ ୫୦ ଛକା ମାରିଛନ୍ତିି । ଏହି ରେକର୍ଡ ଭାଙ୍ଗିବା ପାଇଁ ରୋହିତଙ୍କୁ ୨ଟି ଛକା ଆବଶ୍ୟକ ହେଉଛି ।

ଇନ୍ଦୋରରେ ରୋହିତଙ୍କ ପ୍ରଦର୍ଶନ ଆଭରେଜ ରହିଛି । ସେ ଏଠାରେ ୫ଟି ମ୍ୟାଚ ଖେଳି ୨୦୫ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ରହିଛି । ଦିିନିକିଆ କ୍ରିକେଟରେ ସେ ଏହି ଗ୍ରାଉଣ୍ଡରେ ୧୦ ଛକା ଓ ୧୮ ଚୌକା ମାରିଛନ୍ତି । ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ଏଠାରେ ଭଲ ପ୍ରଦର୍ଶନ କରିଛନ୍ତି । ସେ ଏଠାରେ ୨ଟି ମ୍ୟାଚ ଖେଳିବା ସହ ଉଭୟ ମୁକାବିଲାରେ ଶତକ ହାସଲ କରିଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଇନ୍ଦୋର ମ୍ୟାଚରେ ଜିତିବା ଟିମ ସିରିଜ ହାତେଇବ ।

Leave A Reply

Your email address will not be published.