Latest Odisha News

BREAKING NEWS

ଜ୍ବାଇଁଙ୍କ ସ୍ଵାଗତ ପାଇଁ ୧୫୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ, ଭାଇରାଲ ହେଉଛି ଭିଡିଓ…

ଗୁଣ୍ଟୁର: ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲ୍ଲାର ରାଜମହେନ୍ଦ୍ରିର ଶ୍ରୀଦତ୍ତଙ୍କର ବିବାହ ମୌନିକାଙ୍କ ସହ ହୋଇଥିଲା। ଉଭୟ ବିବାହ ପରେ ପ୍ରଥମ ସଂକ୍ରାନ୍ତି ପାଳନ ପାଇଁ ଗୁଣ୍ଟୁର ଜିଲ୍ଲାର ତେନାଲିକୁ ଆସିଥିଲେ। ଏହି ଅବସରରେ ମୌନିକାଙ୍କ ପିତାମାତା ତାଙ୍କ ଜ୍ୱାଇଁଙ୍କ ପାଇଁ ୧୫୮ ପ୍ରକାରର ଖାଦ୍ୟ ପେୟ ପ୍ରସ୍ତୁତ କରିଥିଲେ।

ତେବେ ଭାରତରେ ସଂକ୍ରାନ୍ତିକୁ ଏକ ପାରମ୍ପରିକ ଶସ୍ୟ ଉତ୍ସବ ଭାବରେ ପାଳିତ କରାଯାଇଥାଏ। ଆନ୍ଧ୍ରରେ ଏହି ଦିନକୁ ପାରିବାରିକ ପ୍ରେମ, ସମ୍ମାନ ଏବଂ ଆତିଥ୍ୟର ଏକ ପ୍ରକାଶନ ଭାବରେ ପାଳନ କରାଯାଏ ଓ ଏହି ଦିନ ଜ୍ୱାଇଁମାନଙ୍କୁ ରାଜାଙ୍କ ପରି ବ୍ୟବହାର କରାଯାଇଥାଏ।

ତେବେ ଵନ୍ଦନାପୁ ମୁରଲୀକୃଷ୍ଣ ଏବଂ ତାଙ୍କ ପତ୍ନୀ ଶ୍ରୀଦତ୍ତଙ୍କୁ ସ୍ୱାଗତ ଜଣାଇବା ପରେ ମିଠା, ଖାଦ୍ୟ ଏବଂ ପାରମ୍ପରିକ ଜିନିଷ, ଖାଦ୍ୟ ସାମଗ୍ରୀ ସହ ମୋଟ ୧୫୮ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ତେବେ ଖାଦ୍ୟରେ ଆନ୍ଧ୍ରର ସୁସ୍ୱାଦୁ ଖାଦ୍ୟ ଯେପରିକି ମୁରୁକୁଲୁ, ଚେକ୍କାଲୁ ଏବଂ ଗାରେଲୁ, ମିଠା ଗୁଡ଼ ମିଶ୍ରିତ ଖାଦ୍ୟ ଯେପରିକି ଆସେଲୁ, ବୋବାଟଲୁ, ସୁନ୍ନୁଣ୍ଡୁଲୁ ଏବଂ କାଜ୍ଜିକାୟାଲୁ ପରି ଅନେକ ସ୍ୱାଦିଷ୍ଟ ଖାଦ୍ୟ ସାମିଲ କରାଯାଇଥିଲା। ବର୍ତ୍ତମାନ୍ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଯାହାପରେ ସୋସିଆଲ୍ ମିଡିଆରେ ଲୋକମାନଙ୍କର ମିଶ୍ରିତ ପ୍ରତିକ୍ରିୟା ମଧ୍ୟ ଆସିଥିଲା।

କେତେକ ଏହାକୁ ଗୋଦାବରୀ ପରମ୍ପରାର ମହିମା ସହିତ ପ୍ରସାରିତ ‘ଆଡିରେପୋୟେଲା’ (ମନକୁ ଉଡ଼ାଇ ଦେଉଥିବା) ଭାବରେ ବର୍ଣ୍ଣନା କରିଥିବା ବେଳେ ଏତେ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ କରାଯାଇଥିବା ପ୍ରୟାସକୁ ମଧ୍ୟ ଲୋକମାନେ ପ୍ରଶଂସା କରିଛନ୍ତି।

ଅପରପକ୍ଷେ କିଛି ଲୋକ ଏହାକୁ ଖାଦ୍ୟ ସାମଗ୍ରୀର ନଷ୍ଟ ବୋଲି ମଧ୍ୟ କହିଛନ୍ତି ଓ ଭୋକିଲାମାନଙ୍କୁ ଏଗୁଡ଼ିକୁ ପରିବେଷଣ କରିବା ପାଇଁ ଏକ ଭୋଜି କାହିଁକି ଆୟୋଜନ କରାଯାଇ ନଥିଲା?” ବୋଲି ମଧ୍ୟ ଜଣେ ୟୁଜର୍ସ ଲେଖିଛନ୍ତି।

 

Leave A Reply

Your email address will not be published.