Latest Odisha News

BREAKING NEWS

Teachers Fight: ମାରପିଟ ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ, ତଦନ୍ତ ପାଇଁ ବିଡିଓଙ୍କ ନିର୍ଦ୍ଦେଶ

ସମ୍ବଲପୁର: ଛାତ୍ରଛାତ୍ରୀଙ୍କ ଆଗରେ ପିଟାପିଟି ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରୁ । ବୁର୍ଲାର କିର୍ବା ପ୍ରାଥମିକ ବିଦ୍ୟାଳୟରେ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ । ଗୁରୁବାର ଘଟଣା ଘଟିଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବିଆରସିସି ।

ସୂଚାନା ଅନୁସାରେ, ବିଦ୍ୟାଳୟରେ କୌଣସି ସଫେଇ କାର୍ଯ୍ୟକୁ ନେଇ ଉଭୟ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଜଣେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମୁହଁରୁ ରକ୍ତ ସ୍ରାବ ହେଉଥିବାର ଏକ ଭାଇରାଲ ଭିଡିଓ ଏ ମୋବାଇଲରୁ ସେ ମୋବାଇଲକୁ ଘୂରିି ବୁଲୁଛି। ଉକ୍ତ ଭିଡିଓରେ ଉଭୟ ଶିକ୍ଷୟିତ୍ରୀ ନିଜ ନିଜ ମୋବାଇଲ ଛାତ୍ରୀଙ୍କୁ ଦେଇ ଘଟଣାର ଦୃଶ୍ୟ ଉତ୍ତୋଳନ କରିବାକୁ କହୁଥିବା ଦେଖାଯାଇଛି ।

ଘଟଣାର ତଦନ୍ତ କରି ତିନିଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଆରସିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଇଓ କରନ ଶର୍ମା କହିଛନ୍ତି। ରିପୋର୍ଟ ଆସିବା ପରେ ଆାବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ, କୁନି କୁନି ଛାତ୍ରୀଛାତ୍ରଙ୍କ ଆଗରେ ଶିକ୍ଷା ଦେଉଥିବା ଶିକ୍ଷୟିତ୍ରୀ ଯଦି ଏଭଳି କାଣ୍ଡ କରିବେ ତେବେ ଛାତ୍ରୀଛାତ୍ର କ’ଣ ଶିକ୍ଷା ଗ୍ରହଣ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.