ଅନୁଗୁଳ: ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରପଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗ୍ରାମର ଗୋଟିଏ ପରିବାରର ୧୬ ଜଣ ସଦସ୍ୟ ଦୁଇଟି ବୋଲେରୋ ଗାଡ଼ିରେ ସମ୍ବଲପୁର ମାଁ ସମଲେଶ୍ଵରୀ ଦର୍ଶନ କରିବାକୁ ଯାଉଥିଲେ । ରାତି ପ୍ରାୟ ୪ଟା ସମୟରେ ଜରପଡା ଠାରେ ହଠାତ୍ ଏକ ଟ୍ରକ୍ ସମ୍ମୁଖକୁ ଆସିଥିଲା ଯାହାଫଳରେ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଗାଡ଼ି ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି, ପରିବାର ୭ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ୩୮ବର୍ଷୀୟ କାଜଲ ସାହୁ ।