Latest Odisha News

BREAKING NEWS

Religious Place: ପୂଜାସ୍ଥଳର ପବିତ୍ରତା ଏବଂ ଧାର୍ମିକ ଶୃଙ୍ଖଳା ବଜାୟ ରଖିବାକୁ କଠୋର ନିଷ୍ପତ୍ତି ନେଲେ ସରକାର…

ଡେରାଡୁନ୍: ଧାର୍ମିକ ସ୍ଥଳରେ ମୋବାଇଲ ଫୋନ୍ ର ବହୁଳ ବ୍ୟବହାରକୁ ନେଇ କଠୋର ହୋଇଛନ୍ତି ଉତ୍ତରାଖଣ୍ଡ ସରକାର । ଧାର୍ମିକ ସ୍ଥଳରେ ରିଲ୍‌ ଏବଂ ବ୍ଲଗ କରିବା ନେଇ ଦିନକୁ ଦିନ ବହୁ ବିବାଦ ବଢୁଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିର ଭିତରେ ମୋବାଇଲ ନିଷେଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ଧାମି ସରକାର ।

ଗତ କିଛି ବର୍ଷ ମଧ୍ୟରେ କେଦାରନାଥ ପରିସରରେ ମୋବାଇଲ ବ୍ୟବହାର କରି ରିଲ ଏବଂ ବ୍ଲଗ୍‌ ତିଆରି କରିବା ନେଇ ଅନେକ ବିବାଦ ଦେଖାଦେଇଛି, ଯାହା ମନ୍ଦିରର ମର୍ଯ୍ୟାଦାକୁ ବିପଦରେ ପକାଉଛି । ଏହାକୁ ଧ୍ୟାନରେ ରଖି ଚାରିଧାମ ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଦ୍ରିନାଥ ସମେତ କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିର ପରିସରରେ ଭକ୍ତମାନଙ୍କୁ ମୋବାଇଲ ନେବାକୁ ମଧ୍ୟ ନିଷେଧ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC) ଏବଂ ସମ୍ପୃକ୍ତ ଜିଲା ପ୍ରଶାସନ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଭକ୍ତଙ୍କ ମୋବାଇଲ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବେ । ପ୍ରଶାସନ ବିଶ୍ୱାସ କରେ ଯେ, ଏହି ନିଷ୍ପତ୍ତି କେବଳ ଅନାବଶ୍ୟକ ବିବାଦକୁ ରୋକିବା ସହିତ ଭକ୍ତମାନଙ୍କୁ ସମ୍ପୂର୍ଣ୍ଣ ଭକ୍ତି ଏବଂ ଏକାଗ୍ରତାର ସହିତ ତୀର୍ଥଯାତ୍ରା କରିବାକୁ ମଧ୍ୟ ଅନୁମତି ଦେବ । ପୂଜାସ୍ଥଳର ପବିତ୍ରତା ଏବଂ ଧାର୍ମିକ ଶୃଙ୍ଖଳା ପ୍ରତି ମଧ୍ୟ ଧ୍ୟାନ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ଚାରିଧାମ ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ବୈଠକରେ ଗଡ଼ଓ୍ବାଲ କମିଶନର ବିନୟ ଶଙ୍କର ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଚାରିଧାମ ଯାତ୍ରା ଟ୍ରାଞ୍ଜିଟ କ୍ୟାମ୍ପରେ ଅନୁଷ୍ଠିତ ହୋଇଥିଲା । ଗଡ଼ଓ୍ବାଲ ଇନ୍ସପେକ୍ଟର ଜେନେରାଲ ରାଜୀବ ସ୍ବରୂପ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଯାତ୍ରା ବ୍ୟବସ୍ଥା ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.