Latest Odisha News

BREAKING NEWS

Weather Update: ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବଢିବ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଥଣ୍ଡା ପ୍ରକୋପ ଜାରି ରହିଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ରେକର୍ଡ ହୋଇଛି । ତେବେ ସୋମବାର ଓ ବୁଧବାର ରାତିରୁ ଉତ୍ତର-ପଶ୍ଚିମ ଭାରତକୁ ଅତି କମ୍‌ ଅନ୍ତରାଳରେ ଦୁଇଟି ପଶ୍ଚିମାଝଡ଼ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସୋମବାର ଅନୁଗୋଳ ଏବଂ ଝାରସୁଗୁଡା ଜିଲାରେ ପ୍ରବଳ ଥଣ୍ଡା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ ଏବଂ କନ୍ଧମାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବା ନେଇ ସତର୍କ କରାଯାଇଛି । ଅନ୍ୟପକ୍ଷରେ ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ ପାଇଁ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାରେ କୁହୁଡି ନେଇ ସୂଚନା ଦିଆଯାଇଛି ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ୧୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ, ସିମିଳିଗୁଡା ୪.୪ ଡିଗ୍ରୀ, ଫୁଲବାଣୀ ୫.୮ ଡିଗ୍ରୀ, ରାଉରକେଲା ୬ ଡିଗ୍ରୀ, ଝାରସୁଗୁଡା ୬.୮ ଡିଗ୍ରୀ, ବଲାଙ୍ଗୀର ଓ ଚିପିଲିମା ୮ ଡିଗ୍ରୀ, କିରେଇ ୮.୫ ଡିଗ୍ରୀ, ଅନୁଗୋଳ ୮.୮ ଡିଗ୍ରୀ, ଭବାନୀପାଟଣା ୮.୯ ଡିଗ୍ରୀ, ସୁନ୍ଦରଗଡ଼ ୯.୨ ଡିଗ୍ରୀ, କେନ୍ଦୁଝର ୯.୨ ଡିଗ୍ରୀ, କୋରାପୁଟ ୯.୮ ଡିଗ୍ରୀ ଏବଂ ଢେଙ୍କାନାଳରେ ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ ରହିଥିଲା।

Leave A Reply

Your email address will not be published.