Latest Odisha News

BREAKING NEWS

ପୁଅର ରେଜଲ୍ଟ ଆଣିବାକୁ ଯାଇ ଚାଲିଗଲା ବାପାର ଜୀବନ…

ଜୋରହାଟ: ଆସାମର ଜୋରହାଟରେ ଜଣେ ବ୍ୟକ୍ତି ତାଙ୍କ ପୁଅର ରେଜଲ୍ଟ ଆଣିବାକୁ ସ୍କୁଲ ଯାଇଥିବା ବେଳେ ହୃଦଘାତରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସମ୍ପୂର୍ଣ୍ଣ ଘଟଣାଟି ସ୍କୁଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓଟି ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମୃତକଙ୍କ ନାମ ଦୀପଙ୍କର ବୋର୍ଡୋଲୋଇ (୩୫) ବୋଲି ଜଣାପଡ଼ିଛି। ଦୀପଙ୍କର ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ତାଙ୍କର କୌଣସି ଗୁରୁତର ରୋଗ ନଥିଲା ବୋଲି ପରିବାର ତରଫରୁ କୁହାଯାଇଛି। ଏହିପରି ହଠାତ୍ ତାଙ୍କର ମୃତ୍ୟୁ କେବଳ ପରିବାରକୁ ନୁହେଁ ବରଂ ସ୍କୁଲ ପ୍ରଶାସନ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି।

ଏହି ଘଟଣା ଜାନୁଆରୀ ୧୫ ତାରିଖ। ଯେତେବେଳେ ସେ  ଜୋରହାଟର ସାମଫୋର୍ଡ ସ୍କୁଲରେ ତାଙ୍କ ପୁଅର ୟୁକେଜିର ରେଜଲ୍ଟ ସଂଗ୍ରହ କରିବା ପାଇଁ ସ୍କୁଲ ଆସିଥିଲେ। ରେଜଲ୍ଟ ନେବା ପରେ ସ୍କୁଲ ପରିସରରୁ ବାହାରିବା ସମୟରେ ହଠାତ୍ ତାଙ୍କ ଛାତିରେ ତୀବ୍ର ଯନ୍ତ୍ରଣା ଅନୁଭବ କରି ଝୁଣ୍ଟି ପଡ଼ିଥିଲେ। ଏହା ଦେଖି ସ୍କୁଲର ଲୋକମାନେ ତୁରନ୍ତ ତାଙ୍କ ସାହାଯ୍ୟ କରିବା ପାଇଁ ଦୌଡ଼ି ଆସିଥିଲେ। ପରେ ତାଙ୍କୁ ଲୋକମାନେ ଜୋରହାଟ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି।

ଦୀପଙ୍କର ବୋର୍ଡୋଲୋଇ ତେଓକ୍ ଡିଭିଜନ ଅଧୀନରେ ଆସାମ ସରକାରଙ୍କ ଜଳସେଚନ ବିଭାଗରେ ଜଣେ ନିର୍ବାହୀ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

 

Leave A Reply

Your email address will not be published.