Latest Odisha News

BREAKING NEWS

ସରିଗଲା କି ଜାଡେଜାଙ୍କ ଦିନିକିଆ କ୍ୟାରିୟର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ବିଶ୍ୱକପ ୨୦୨୩ ପରଠାରୁ ଜାଡେଜା ଦିିନିକିଆରେ ୧୩ଟି ମ୍ୟାଚ ଖେଳି ୧୪୯ ରନ କରିଛନ୍ତି । ସେହିପରି ୧୨ଟି ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । କେତେକ ରିପୋର୍ଟ ଅନୁସାରେ ଜାଡେଜାଙ୍କ ଦିନିକିଆ କ୍ୟାରିୟରର ଅନ୍ତ ପ୍ରାୟ ଘଟିଛି । ଏବେ କେବଳ ଔପଚାରିକତା ବାକି ରହିଛି । ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ତାଙ୍କ ସ୍ଥାନ ନେବା ପାଇଁ ପ୍ରସ୍ତୁତ ଅଛନ୍ତି । ଟି୨୦ରୁ ଅବସର ନେଇ ସାରିଥିବା ଜାଡେଜା ଅବଶ୍ୟ ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ସାଇକେଲରେ ଖେଳିବା ନେଇ କୌଣସି ଅସୁବିଧା ନାହିଁ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ୨ଟି ମ୍ୟାଚରେ ୫୬ ଓ ନ୍ୟୁଜିଲାଣ୍ଡ ସିରିଜରେ ୪୩ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ବୋଲିଂରେ ମଧ୍ୟ ସେ କିଛି କମାଲ କରିପାରି ନ ଥିଲେ ଏହି ୫ଟି ମ୍ୟାଚରେ ସେ ମାତ୍ର ଗୋଟିଏ ୱିକେଟ ନେଇଛନ୍ତି । ୧୭ ବର୍ଷର ଦିନିକିଆ କ୍ରିକେଟରେ ଅବଶ୍ୟ ଜାଡେଜା ଅନେକ ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ କୋହଲି ଭଲ ଫର୍ମରେ ଥିବା ବେଳେ ଜାଡେଜା ତାଙ୍କ ସହ ରନ ରୋଟେଟ କରିବା ଜରୁରୀ ଥିଲା । ଜାଡେଜା ଆଉଟ ହେବା ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ଅପରପକ୍ଷରେ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ କ୍ୟାରିୟର ଖାଇଥିବା ବେଳେ ଏବେ ଜାଡେଜାଙ୍କୁ ଅସୁବିଧାରେ ପକାଇ ଦେଇଛନ୍ତି ।

Leave A Reply

Your email address will not be published.