Latest Odisha News

BREAKING NEWS

Republic Day 2026: ଗଣତନ୍ତ୍ର ଦିବସରେ କିଏ, କେଉଁଠି କରିବେ ପତାକା ଉତ୍ତୋଳନ…

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ରାଜ୍ୟପାଳ ହରି ବାବୁ କମ୍ଭମପାଟି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବରେ ଅଭିବାଦନ ଗ୍ରହଣ କରିବା ନେଇ ସୋମବାର ସୂଚନା ଦିଆଯାଇଛି।

ଗୃହ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ ସମାରୋହର ଉପସ୍ଥିତ ରହିବେ। ତେବେ ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ କୋରାପୁଟରେ ପତାକା ଉତ୍ତୋଳନ କରିବେ। ଏହାବ୍ୟତୀତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଖୋର୍ଦ୍ଧା କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପୁରୀ ସମାରୋହର ନେତୃତ୍ୱ ନେବେ। ଏଥିସହିତ ମନ୍ତ୍ରୀ ରବି ନାରାୟଣ ନାୟକ, ନିତ୍ୟାନନ୍ଦ ଗୋଣ୍ଡ ଏବଂ କୃଷ୍ଣ ଚନ୍ଦ୍ର ପାତ୍ର ଯଥାକ୍ରମେ ବରଗଡ଼, ରାୟଗଡ଼ା ଏବଂ କେନ୍ଦୁଝରରେ ପ୍ରତିନିଧିତ୍ୱ କରିବେ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କନ୍ଧମାଳ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମାଲକାନଗିରି, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଭଦ୍ରକରେ ଯୋଗଦେବା ନେଇ ସୂଚନା ମିଳିଛି।

ଗଣେଶ ରାମ ସିଙ୍ଗଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୁରଜ, ପ୍ରଦୀପ ବଳ ସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଏବଂ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯଥାକ୍ରମେ କଳାହାଣ୍ଡି, ନୟାଗଡ଼, ସମ୍ବଲପୁର, ବାଲେଶ୍ଵର ଏବଂ ବୌଦ୍ଧ ଜିଲ୍ଲାରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ।

ମନ୍ତ୍ରୀଙ୍କ ବ୍ୟତୀତ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି) ଏବଂ କଲେକ୍ଟରଙ୍କୁ କେନ୍ଦ୍ରାପଡା, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବଲାଙ୍ଗୀର, ଦେଓଗଡ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଇତ୍ୟାଦି ସ୍ଥାନରେ ଯୋଗଦେବେ। ଅପରପକ୍ଷରେ ଯଦି କୌଣସି କାରଣରୁ ନିର୍ଦ୍ଦିଷ୍ଟ ବ୍ୟକ୍ତି ଯୋଗ ଦେଇନପାରନ୍ତି ତେବେ  ସମ୍ପୃକ୍ତ ଜିଲ୍ଲାର କଲେକ୍ଟର ଆନୁଷ୍ଠାନିକ ଭାବରେ  ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବା ନେଇ ବିଜ୍ଞପ୍ତିରେ କୁହାଯାଇଛି।

Leave A Reply

Your email address will not be published.