Latest Odisha News

BREAKING NEWS

ବାଂଲାଦେଶ କ୍ରିକେଟର ଆତ୍ମଘାତୀ ପଦକ୍ଷେପ

ନୂଆଦିଲ୍ଳୀ: ରାଜନୀତି ଓ କୂଟନୀତିରେ ଫସିଯାଇଛି ବାଂଲାଦେଶ କ୍ରିକେଟ । ଟି୨୦ ବିଶ୍ୱକପରୁ ଓହରିଯିବା ନିଷ୍ପତି ସବୁ ଦିଗରୁ ବାଂଲାଦେଶ କ୍ରିକେଟ ବୋର୍ଡର କ୍ଷତି କରିବ । ୨୦୦୦ରେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବାଂଲାଦେଶର ଭବିଷ୍ୟତ ରାସ୍ତା ନିଶ୍ଚିତ ଭାବେ ଅନ୍ଧକାରକୁ ଯାଇଛି । କୌଣସି ଆଇସିସି ଟ୍ରଫି ଜିତି ନ ଥିବା ବାଂଲାଦେଶର ଇକୋ ସିଷ୍ଟମ ନିଶ୍ଚିତ ଭାବେ ବିଗିଡିଯିବ । ବିଶ୍ୱର ଧନୀ ବୋର୍ଡ (ବିସିସିଆଇ) ସହ ସିଧାସଳଖ ମୁକାବିଲା କରିବା ଆଉ ଏକ ମସ୍ତବଡ ଭୁଲ । ଏବେ ବାଂଲାଦେଶର ସ୍ପନଶର ହଟିବାଠାରୁ ଆରମ୍ଭ କରି ର‌୍ୟାଙ୍କିଙ୍ଗରେ ଅବନ୍ନତି ଘଟିବ ।

୨୦୩୧ରେ ଭାରତ ସହ ମିଳିତ ଭାବେ ଦିନିକିଆ ବିଶ୍ୱକପ ଆୟୋଜନ କରିବା ସ୍ୱପ୍ନକୁ ମଧ୍ୟ ଧକ୍କା ଲାଗିପାରେ । ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବେ ଖେଳାଳି । ସେମାନଙ୍କ ସ୍ୱପ୍ନ ଓ କ୍ୟାରିୟର ବିପଦରେ ପଡିବ । ପରଭେଜ ଇମୋନ, ସୈଫ ହାସନ ବିଶ୍ୱକପ ଖେଳି ନାହାନ୍ତି, ଏବେ ଏହି ସ୍ୱପ୍ନ ସାକାର ହେବ କି ନାହିଁ ତାହା ସମୟ କହିବ । ବିଶ୍ୱକପ କ୍ରିକେଟରେ ବାଂଲାଦେଶ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ଶ୍ରେଷ୍ଠ ପଦକ୍ଷେପ ଭାବେ ଗ୍ରହଣ କରାଯିବ । ପୂର୍ବରୁ ରାଜନୀତି ସହ କ୍ରୀଡାକୁ ନ ଯୋଡିବା ପାଇଁ ଚେଷ୍ଟା କରାଯାଉଥିଲା । ତେବେ ଏଥିରେ ସଫଳ ହେବା କଷ୍ଟକର ବ୍ୟାପାର ହୋଇଛି । ବାଂଲାଦେଶ ବିବାଦ ଏହାର ସଦ୍ୟ ଉଦାହରଣ ।

Leave A Reply

Your email address will not be published.