ଭୁବନେଶ୍ୱର: ଆସନ୍ତା ୨୪ତାରିଖରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ବଳବତ୍ତର ରହିଲା। ଆଜି କଟକ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଅଧିକାଂଶ କର୍ମକର୍ତ୍ତା ଯୋଗ ଦେଇଥିଲେ। ଆଜି ପୂର୍ବାହ୍ନରେ ପରିଵହନ ଵିଭାଗ ମୁଖ୍ୟାଳୟରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ଵସ୍ ଚଳାଇବାକୁ ସରକାର ନେଇଥିବା ନିଷ୍ପତ୍ତି ଓ ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତିକୁ ବିରୋଧ କରିଵା ସମ୍ପର୍କରେ ଆଲୋଚନା ହୋଇଥିଲା।
ଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତା, ପରିବହନ ଵିଭାଗ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ଏକ କମିଟି ଗଠନ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି କମିଟିର ନିଷ୍ପତ୍ତି ଉପରେ ଆସନ୍ତା ୨୪ତାରିଖରେ ଵସ୍ ଧର୍ମଘଟ ହେଵ ନା ନାହିଁ ନିର୍ଭର କରୁଛି। ତେଣୁ ଏ ନେଇ ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କମିଟିର କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ବସ୍ ଧର୍ମଘଟ ଡାକରା ବଳବତ୍ତର ରହିବ ବୋଲି ଵସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି।
କାଲି ସଂଧ୍ୟା ୫ଟାରେ ଏ ସମ୍ପର୍କରେ ଚୁଡାନ୍ତ ନିଷ୍ପତି ନିଆଯିଵ ବୋଲି ଵସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ଅଧିକାଂଶ ଜିଲ୍ଲାରେ ଏହି ଵିଵାଦର ସମାଧାନ ହୋଇଯାଇଛି। କେଵଳ ଜଗତସିଂହପୁର ଜିଲ୍ଲାରେ ଵିଵାଦ ସମାଧାନ ହୋଇନାହିଁ। ଜଗତସିଂହପୁର ଜିଲ୍ଲା ଵିଵାଦ ପାଇଁ ବସ୍ ଧର୍ମଘଟ ଡାକରା ପ୍ରତ୍ୟାହାର ହୋଇପାରୁ ନାହିଁ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ। ଅନ୍ୟପଟେ ଆଗମୀ ଦିନରେ ଏହି ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତି ପ୍ରତ୍ୟାହାର କରିବ ବୋଲି ଆଶା ରଖିଛି ରାଜ୍ୟ ପରିବହନ ପ୍ରାଧିକରଣ।