Latest Odisha News

BREAKING NEWS

Mokim Supporters Resign: କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ୪୧ଜଣ ମୋକିମଙ୍କ ସମର୍ଥକ

କଟକ: କଂଗ୍ରେସରୁ ଇସ୍ତଫା ଦେଲେ ମହମ୍ମଦ ମୋକିମଙ୍କ ସମର୍ଥକ । ମୋଟ ୪୧ ଜଣ କଂଗ୍ରେସ ନେତାଙ୍କ ସମୂହ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ ସଭାପତି । ଅନ୍ୟପକ୍ଷେ, କିଛି ଯୁବ ଓ ଛାତ୍ର କର୍ମକର୍ତ୍ତା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ନିଲମ୍ବନ ହେବା ଦିନରୁ ଏମାନେ ଅସନ୍ତୋଷରେ ଥିଲେ । ତେବେ ଏମାନେ ସମସ୍ତେ ଆଜି ନିଜର ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି ।

ଯେଉଁମାନେ ଦଳ ଛାଡିଛହନ୍ତି ସେମାନେ ମୋକିମଙ୍କ ଦୃଢ ସମର୍ଥକ, ସବୁବେଳେ ସେମାନେ ମୋକିମଙ୍କ ସହ ରହିଥାନ୍ତି । କୁହାଯାଉଛି ଯେ ଏହୀ ୪୧ଜଣ କର୍ମୀ ଆଗାମି ମୋକିମଙ୍କ ନୂଆ ଦଳରେ ସାମିଲ ହୋଇପାରନ୍ତି ।

Leave A Reply

Your email address will not be published.