କଳାହାଣ୍ଡି:ମଦନପୁର ରାମପୁର ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣ ବଢ଼ିବାରେ ଲାଗିଛି। ତେବେ ମଦନପୁର ରାମପୁର ପୁଲିସ ଆଇଆଇସିଙ୍କ ନେତୃତ୍ବରେ ୪ ଜଣିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ଠାରୁ ୧୨୦ କେଜି ୫୦୦ ଗ୍ରାମ ଚୋରା ଗଞ୍ଜେଇ ଜବତ ହୋଇଥିଲା ।
ଏଥିସହ ଅଭିଯୁକ୍ତମାନଙ୍କ ଦ୍ୱାରା ବ୍ୟବହୃତ ବୋଲେରୋ (ଓଡି ୦୫ ବିୱାଇ ୬୨୩),କାର୍ (ଏମ୍ଏଚ୍ ୦୪ ଏଫ୍ ଜେଡ୍ ୧୮୮୧) ଓ ବାଇକ୍ (ଓଡି ୦୮ ଭି ୮୦୯୮)କୁ ମଧ୍ୟ ଜବତ କରାଯାଇଛି।
ସୂଚନାଥାଉକି, ଗତକାଲି ଊର୍ଲାଦାନୀ ଅଞ୍ଚଳ ଦେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ସୁଦୂର ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସଦଳବଳେ ଚଢ଼ାଉ କରି ଏକ ୪ ଜଣିଆ ଗ୍ୟାଙ୍ଗକୁ ଧରିଥିଲେ।
ଗିରଫ ଅଭିଯୁକ୍ତମାନେ ହେଲେ ଉର୍ଲାଦାନି ଗ୍ରାମର ସୁନୀଲ ନରିଆ (୨୫), କୁରୁପଦର ଗ୍ରାମର ସୁଶାନ୍ତ ପାତ୍ର (୨୮), ବିଡ଼ାବାରୁ ଗ୍ରାମର ଇସାକ ନାଏକ (୩୯) ଓ ପୁଷ୍ପେନ୍ଦ୍ର ନାଏକ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।